www.samajalive.in
Saturday, December 6, 2025
26.1 C
Bhubaneswar

ଦୁବାଇରୁ ଭୁବନେଶ୍ବର ଫେରିବେ ପ୍ରବାସୀ; ୧୪ ତାରିଖରେ ପ୍ରଥମ ବିମାନ; ଆସିବେ ୧୭୯ ଯାତ୍ରୀ

ଭୁବନେଶ୍ବର: ବିଦେଶରୁ ପ୍ରବାସୀ ଫେରାଇ ଆଣିବା ନିମନ୍ତେ କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ’ ମିଶନରେ ସାମିଲ ହୋଇଛି ଦୁବାଇ -ଭୁବନେଶ୍ବର ଆକାଶପଥ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦେଶରେ ଥିବା ଓଡ଼ିଆଙ୍କୁ ଭୁବନେଶ୍ବର ଫେରାଇ ଆଣିବାକୁ ବ୍ୟବସ୍ଥା କରିବା ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । ଏହି କ୍ରମରେ ବିଦେଶରୁ ପ୍ରଥମ ପର୍ଯ୍ୟାୟରେ ୩ଟି ବିମାନ ଆସିବାକୁ ଧାର୍ଯ୍ୟ ହୋଇଛି । ଗୋଟିଏ ମାଲେସିଆରୁ ଭୁବନେଶ୍ବର, ଗୋଟିଏ ଆମେରିକାରୁ ଓ ଗୋଟିଏ ଦୁବାଇରୁ ବିମାନ ସିଧାସଳଖ ପ୍ରବାସୀଙ୍କୁ ନେଇ ଭୁବନେଶ୍ବର ଆସିବ । ଏହି କ୍ରମରେ ପ୍ରଥମ ବିମାନ ଆସନ୍ତା ୧୪ ତାରିଖରେ ଦୁବାଇରୁ ବାହାରିବ ଓ ଭୁବନେଶ୍ବର ସେହିଦିନ ରାତିରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

- Advertisement -

ସୂଚନା ଅନୁସାରେ ଦୁବାଇରୁ ଓଡ଼ିଶା ଫେରିବା ନିମନ୍ତେ ପ୍ରାୟ ୨୫୦୦ ଯାତ୍ରୀ ପଞ୍ଜୀକରଣ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୧୮୦ ଯାତ୍ରୀ ଫେରିବାର ବ୍ୟବସ୍ଥା ହୋଇଛି । ଏୟାର ଇଣ୍ଡିଆର ଏଆଇ ୧୯୯୬ ବିମାନ ଦୁବାଇରୁ ଅପରାହ୍ନ ୩ଟା ବେଳେ ବାହାରି ରାତି ୯.୧୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବ ବୋଲି ସୂଚନା ମିଳିଛି ।ଏଥିପାଇଁ ୟୁନାଇଟେଡ଼ ଆରବ ଏମିରେଟସ ଓଡ଼ିଆ ସମାଜ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories