www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ରରେ ମୁକ୍ତହେବେ ୧୭ ହଜାର କଏଦୀ

ମୁମ୍ବଇ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ମହାରାଷ୍ଟ୍ର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ୍‌ରେ କଏଦୀଙ୍କ ଭିଡକୁ କମ କରିବା ପାଇଁ ପ୍ରାୟ ୫୦ ପ୍ରତିଶତ କଏଦୀଙ୍କୁ ଅସ୍ଥାୟୀ ଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂପ୍ରତି ମହାରାଷ୍ଟ୍ର ଜେଲ୍‌ରେ ମୋଟ୍ ୩୫ ହଜାର ୨୩୯ କଏଦୀ ରହିଥିବା ​‌ବେଳେ ଏମାନଙ୍କ ମଧ୍ୟରୁ ପୟାୟ ୧୭ ହଜାର କଏଦୀଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି।


ମହାରାଷ୍ଟ୍ର ସରକାର ପକ୍ଷରୁ ନିଯୁକ୍ତ ଉଚ୍ଚସ୍ତରୀୟ ସମିତି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ଉଚ୍ଚସ୍ତରୀୟ କମିଟିରେ ଜଷ୍ଟିସ୍ ଏ.ଏ. ସଇଦ,        ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ଚହାନ୍ଦେ ଓ ଡିଜି(ଜେଲ୍) ଏସ.ଏନ. ପାଣ୍ଡେ ସାମିଲ ଥିଲେ ।  ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୭ ହଜାର କଏଦୀଙ୍କୁ ଅସ୍ଥାୟୀ ପାରୋଲରେ ମୁକ୍ତ କରିବାକୁ ଏହି କମିଟି ନିଷ୍ପତ୍ତି ନେଇଛନ୍ତି।

- Advertisement -

ଏନେଇ ମହାରାଷ୍ଟ୍ର ରାଜ୍ୟ ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ ସୂଚନା ଦେଇ କହିଛନ୍ତି ଯେ ମହାରାଷ୍ଟର ବିଭିନ୍ନ ଜେଲରେ ଥିବା ୧୭ ହଜାର କଏଦୀଙ୍କୁ ଅସ୍ଥାୟୀ ଭାବେ ପାରୋଲ୍ ଦିଆଯାଇଛି। ଏଥିରୁ ୫ ହଜାର କଏଦୀ ବିଚାରଧୀନ, ସାତ ବର୍ଷ ଜେଲ୍‌ରେ ରହି ସାରିଥିବା ୩ ହଜାର କଏଦୀ ଏବଂ ଏଥିରୁ ଅଧିକ ଦଣ୍ଡ ଭୋଗି ସାରିଥିବା ପ୍ରାୟ ୯ ହଜାର କଏଦୀ ରହିଛନ୍ତି। କିନ୍ତୁ ସଙ୍ଗୀନ ଅପରାଧରେ ଜେଲ୍‌ରେ ଥିବା କଏଦୀଙ୍କୁ ମୁକ୍ତ କରାଯାଇ ନାହିଁ।

ସୂଚନାଯୋଗ୍ୟ ମୁମ୍ବଇର ଅର୍ଥର ରୋଡରେ ଥିବା ଜେଲରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ କଏଦୀ କରୋନାରେ ସଂକ୍ରମିତ ହେବା ପରେ ଭିଡ କମାଇବାକୁ ଯାଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories