www.samajalive.in
Friday, December 12, 2025
15.1 C
Bhubaneswar

ଉତ୍ତରପ୍ରଦେଶରେ ବନ୍ୟା ବିଭୀଷିକା: ୧୦ ମୃତ

ନୂଆଦିଲ୍ଲୀ : ମୂଷଳ ଧାରାରେ ଲଗାଣ ବର୍ଷାରୁ ଉତ୍ତରପ୍ରଦେଶରେ ଅନେକ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ବନ୍ୟାରେ ୧୧ ଜିଲା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏଥିରେ ୭୩,୨୮୯ ଲୋକେ ପ୍ରଭାବିତ ହୋଇଛନ୍ତି। ୧୫୧୯୭ ଲୋକଙ୍କୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି। ରିଲିଫ୍‍ କମିଶନ କାର୍ଯ୍ୟାଳୟର ସୂଚନା ଅନୁସାରେ ଫରୁଖାବାଦ, ଫୈଜାବାଦ, ବିଜନୋର, କାନପୁର, ଗୌଣ୍ଡା, ବହାରିଚ୍‍, ବାରାବାଙ୍କି, ଲଖିମ୍‍ପୁର, ସୀତାପୁର, ପିଲିଭିତର ୧୪୧ ଗ୍ରାମ ବନ୍ୟା ଜଳ ଘେରରେ ଅଛନ୍ତି। ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୪୦ଟି ଶିବର ଖୋଲାଯାଇଛି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ପିଏସିର ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସୋମବାର ରାଜ୍ୟ ଜଳସେଚନ ମନ୍ତ୍ରୀ ବଳଦେବ ସିଂହ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। କେତେକ ସ୍ଥାନରେ ବନ୍ୟା ସ୍ରୋତରେ ପୋଲ ଭୁଶୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ- ଦିଲ୍ଲୀ ରାଜପଥର କେତେକ ତଳୁଆ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହେଉଛି। ଘାଘରା ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବନ୍ୟା ସ୍ରୋତରେ ଉତ୍ତରାଖଣ୍ଡ ଉଧମସିଂହନଗର ଜିଲାର ଜସପୁରସ୍ଥିତ ଠାକରଦ୍ୱାରା-ସ୍ୟହୋରା ରାଜପଥର ସୁରଜନଗର ଗ୍ରାମ ନିକଟ ଫିକା ନଦୀ ପୋଲ ଭୁଶୁଡ଼ି ପଡିଛି। ଫଳରେ ଦିଲ୍ଲୀରୁ ହରିଦ୍ୱାର ଏବଂ ବିଜନୋର ଯାଉଥିବା ଯାନବାହାନ ଗତି ପଥ ବଦଳାଇ ଦିଆଯାଇଛି। ସେପଟେ ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଗଙ୍ଗା ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories