www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକାରେ ୨ ବିଲେଇ କରୋନାରେ ସଂକ୍ରମିତ

ନ୍ୟୁୟର୍କ: କରୋନା ଦ୍ବାରା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ଆମେରିକାରେ ପୋଷା ଜନ୍ତୁଙ୍କଠାରେ ଏହି ମହାମାରୀ ଭୂତାଣୁ ଦେଖିବାକୁ ମିଳିଛି। ନ୍ୟୁୟର୍କ ସହରରେ ୨ଟି ପୋଷା ବିଲେଇ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଆମେରିକାର ଏକ ଚିଡ଼ିଆଖାନାରେ ଗୋଟିଏ ମହାବଳ ବାଘ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ପୋଷା ଜନ୍ତୁ ଆକ୍ରାନ୍ତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଇଛି।

ଆମେରିକାର କୃଷି ବିଭାଗ ଏବଂ ସଂଘୀୟ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ୨ଟି ବିଲେଇ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ପରୀକ୍ଷା କରାଯିବାରୁ ସେମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବିଲେଇଙ୍କଠାରୁ ପରିବାର ଲୋକ ଏବଂ ପଡ଼ୋଶୀଙ୍କୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେବେ ମଷିଷଙ୍କଠାରୁ କିଛି ପଶୁଙ୍କୁ ସଂକ୍ରମଣ ବ୍ୟାପିଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି। ପୂର୍ବରୁ ବ୍ରୋକ୍ସ ଚିଡ଼ିଆଖାନାରେ କିଛି ବାଘ ଏବଂ ସିଂହ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେବେ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ଅଧିକାରୀ କେ.ସି. ବାର୍ଟନ କହିଛନ୍ତି, ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ। କାରଣ ଏଯାଏ ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମଣ ବ୍ୟାପିବାର କୌଣସି ଘଟଣା ଘଟିନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories