ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ଖେଳିବା ପାଇଁ ମହିଳା ହକି ପରେ ଏବେ ପୁରୁଷ ହକିରେ ଓଡ଼ିଆ ସ୍ଥାନ ପାଇଛନ୍ତି। ଆଜି ପୁରୁଷ ହକି ପାଇଁ ୨ ଓଡ଼ିଆଙ୍କୁ ଅଲିମ୍ପିକ ଟିକଟ ମିଳିଛି। ଟୋକିଓ ଅଲିମ୍ପିକର ପୁରୁଷ ହକିରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଖେଳିବା ପାଇଁ ସ୍ଥାନ ପାଇଛନ୍ତି।

ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବାବେଳେ ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ। ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ହର୍ମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ସୁରେନ୍ଦ୍ର କୁମାର ଡିଫେଣ୍ଡର ଭାବେ ମନୋନୀତ ହୋଇଥିବାବେଳେ ସୁମିତ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂଙ୍କୁ ମିଡ଼ଫିଲଡର ଭାବେ ମନୋନୀତ କରାଯାଇଛି। ସେହିପରି ଫରୱାର୍ଡସରେ ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କ ସହ ପିଆର ଶ୍ରୀଯେସ(ଗୋଲ କିପର) ଭାବେ ସ୍ଥାନ ପାଇଛ।
Our 1⃣6⃣ warriors who will fight for the prestigious?at #Tokyo2020 ??
Team India #HaiTayyar ?#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y
— Hockey India (@TheHockeyIndia) June 18, 2021

ସୂଚନା ଯୋଗ୍ୟ ଯେ ଗୁରୁବାର ହକି ଇଣ୍ଡିଆ ଏହାର ମହିଳା ହକି ଦଳ ଘୋଷଣା କରିଥିଲା। ୧୬ ଜଣିଆ ମହିଳା ହକି ଦଳରେ ମାତ୍ର ଜଣେ ମାତ୍ର ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି। ଦୀପ୍ ଗ୍ରେସ୍ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ପାଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ୪ ଜଣ ମହିଳା ଖେଳାଳି ସ୍ଥାନ ପାଇଥିବା ବେଳେ ଏବେ ଜଣେ ମାତ୍ର ସ୍ଥାନ ପାଇଛନ୍ତି।



