www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇଟି ଫଳ, ୩ଟି ପରିବା ଆଣିଦେବ ଦୀର୍ଘଜୀବନ

ହାର୍ଭାର୍ଡ: ପୁଷ୍ଟିସାଧନ ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଅନେକ ସମୟରେ ଉପାଦେୟ ସୂଚନା ଦେଇଆସୁଛନ୍ତି। ଶରୀରକୁ ସୁସ୍ଥ ରଖିବା ସକାଶେ କେଉଁଭଳି ଖାଦ୍ୟ ଏବଂ କେତେ ପରିମାଣରେ ଖାଇବା ଆବଶ୍ୟକ, ତାହା ସେମାନେ ପରାମର୍ଶ ଦେଉଛନ୍ତି। ଏବେ ଏକ ନୂଆ ଅଧ୍ୟୟନରୁ ଏହିଭଳି କିଛି ତଥ୍ୟ ସାମନାକୁ ଆସିଛି। ନିତିଦିନ ଖାଦ୍ୟରେ କିଛି ଫଳ ଏବଂ ତାଜା ପନିପରିବା ମିଶାଇ ଖାଇଲେ ତାହା ଆମକୁ ନିରୋଗ ଓ ଦୀର୍ଘଜୀବୀ କରିପାରିବ, ତାହା ଏହି ଅଧ୍ୟୟନରୁ ଜଣାଯାଇଛି।
ହାର୍ଭାର୍ଡ ଟିଏଚ ଚାନ୍‍ ସ୍କୁଲ ଅଫ ପବ୍ଲିକ ହେଲଥରେ ଗବେଷକମାନେ କରିଥିବା ଅଧ୍ୟୟନ ରିପୋର୍ଟ ଆମେରିକାନ ହେଲଥ ଆସୋସିଏସନ ପକ୍ଷରୁ ୨୦୨୧ ମାର୍ଚ୍ଚରେ ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ ଖାଦ୍ୟରେ ଦୁଇ ପ୍ରକାର ଫଳ ଏବଂ ତିନି ପ୍ରକାର ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ମୃତ୍ୟୁହାର ହ୍ରାସ ପାଇବ। ତାହାଠାରୁ ଅଧିକ ଖାଇଲେ ତାହା କିଛି ଅଧିକ ଫାଇଦା ଦେଉନଥିବା ଅଧ୍ୟୟନରୁ ଜଣାଯାଇଛି। ଜଣେ ଖ୍ୟାତିସଂପନ୍ନ ମହାମାରୀ ବିଶେଷଜ୍ଞ, ପୁଷ୍ଟିସାଧନ ବିଶେଷଜ୍ଞ ତଥା ହାର୍ଭାର୍ଡ ମେଡିକାଲ ସ୍କୁଲର ଅଧ୍ୟାପକ ଥିବା ଡୋଙ୍ଗ ଡି. ୱାଙ୍ଗ କହିଛନ୍ତି, ଏହିଭଳି ଖାଦ୍ୟ ଆମ ଶରୀରକୁ ଅନେକ ପୁରାତନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ। ତେବେ ଆମେ କେଉଁ ଫଳ ଏବଂ ପନିପରିବା ଖାଇବା ଆବଶ୍ୟକ ତାହା ମଧ୍ୟ ସେ କହିଛନ୍ତି। ସମସ୍ତ ପ୍ରକାର ଫଳ ବା ପନିପରିବା ଆମ ପାଇଁ ସେଭଳି ଉପଯୋଗୀ ହୋଇନପାରେ।
ୱାଙ୍ଗ କହିଛନ୍ତି, ସବୁଜ ପତ୍ର ବିଶିଷ୍ଟ ପନିପରିବା, ଯେମିତିକି ଧନିଆ, ଲେଟ୍ୟୁସ, ବେଟା କ୍ୟାରୋଟିନରେ ଭରୂପର ପନିପରିବା ଏବଂ ଲେମ୍ବୁ, କମଳା ଭଳି ଫଳ ତଥା କୋଳି ଆଦି ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଅନ୍ୟପକ୍ଷରେ ଅଧିକ ଶ୍ୱେତସାର ଥିବା ମଟର, ମକା, ଆଳୁ, ଫଳ ରସ ଆଦି ସପ୍ତାହର ସବୁଦିନ ଆମପାଇଁ ଉପଯୋଗୀ ନୁହେଁ ବୋଲି ସେ କହିଛନ୍ତି। ଅଧ୍ୟୟନରୁ ଜଣାଯାଇଛି ଯେ ବିଭିନ୍ନ ପ୍ରକାର ବାଦାମ, ପିସ୍ତା, ୱାଲନଟ ଆଦି ଆମକୁ ଦୀର୍ଘଜୀବୀ କରିବା ସହିତ ସୁସ୍ଥ ଜୀବନ ବଞ୍ଚିବାକୁ ଦେଇଥାଏ। ସେହିଭଳି ଲୋକଙ୍କ ଶରୀରରେ ହୃଦରୋଗ ଭଳି ପୁରାତନ ରୋଗ ଆଶଙ୍କା ହ୍ରାସପାଏ ଏବଂ ସେମାନେ ତୁଳନାତ୍ମକ ଭାବେ ପତଳା ହୋଇଥାନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories