www.samajalive.in
Sunday, December 14, 2025
19.1 C
Bhubaneswar

ଧରଣୀଧର ବିଶ୍ୱିଦ୍ୟାଳୟ ରସାୟନ ବିଭାଗର ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍‌‌ଘାଟିତ

କେନ୍ଦୁଝରଗଡ: ଧରଣୀଧର ବିଶ୍ୱିଦ୍ୟାଳୟ ରସାୟନ ବିଭାଗର ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍‌‌ଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଓଏସ୍‌‌ଡି ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ‘ରିସେଣ୍ଟ ଆଡଭାନ୍ସସେସ୍‌‌ ଇନ ମେଟେରିଆଲ ସାଇନ୍ସ-୨୦୨୪’ ଶୀଷର୍କ ଅନୁଷ୍ଠିତ ଏହି ଜାତୀୟ ସମ୍ମିଳନୀକୁ ଆଇପିଟି ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଡ.ଏସ୍‌‌.କେ.ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ସମ୍ମିଳନୀର ସ୍ମରଣୀକାକୁ ଅତିଥିଗଣ ଉନ୍ମୋଚନ କରିଥିଲେ। ମିନମେଟ୍‌‌ କନ୍‌‌ସଲଟାନ୍ସି କେନ୍ଦୁଝରର ନିର୍ଦ୍ଦେଶକ ଡ. ସୁରେଶ ଚନ୍ଦ୍ର ଖାଟୋଇ, ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର, ଆଲୋଚନାଚକ୍ରର ଆବାହକ ଡ.ଶ୍ରୀଧର ସନ୍ୟାସୀ ଓ ବିଭାଗୀୟ ମୁଖ୍ୟ ତଥା ସମ୍ମିଳନୀର ସଙ୍ଗଠନ ସମ୍ପାଦକ ଡ. ପ୍ରକାଶ ଚନ୍ଦ୍ର ପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦୁଇଦିନିଆ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ସମ୍ମିଳନୀର ସହସଂଯୋଜକ ଡ. ଯଶୋବନ୍ତ ନାରାୟଣ ସିଂବାବୁ, ଡ.ଦେବାଶିଷ ଗ୍ରହାଚାର୍ଯ୍ୟ ଓ କୋଷାଧ୍ୟକ୍ଷା ଡ.ଅନୁପମା ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ୨୦୦ରୁ ଉଦ୍ଧ୍ୱର୍ ପ୍ରତିନିଧି ଅଂଶଗ୍ରହଣ କରିଥିବା ବେଳେ କୋଲକତା ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପାଙ୍କର ଚଟ୍ଟୋପଧ୍ୟାୟ, ଆଇଆଇଟି ଖଡଗପୁରର ପ୍ରଫେସର ଦେବବ୍ରତ ପ୍ରଧାନ, ସିଏସ୍‌‌ଆଇଆର ଏନଏମ୍‌‌ଏଲ ଜାମସେଦପୁରର ପ୍ରଫେସର ତ୍ରିଲୋଚନ ମିଶ୍ର ପ୍ରମୁଖ ବିଶେଷଜ୍ଞ ଆଲୋଚକ ଭାବେ ଯୋଗଦେଇ ‘ରିସେଣ୍ଟ ଆଡଭାନ୍ସସେସ୍‌‌ ଇନ ମେଟେରିଆଲ ସାଇନ୍ସ-୨୦୨୪’ ଶୀଷର୍କ ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଥିଲେ। ଏତଦ୍‌‌ବ୍ୟତୀତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ ଏବଂ ଉଦ୍ୟୋଗକ୍ଷେତ୍ର ସହ ଜଡିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହକ ଡ. ଶ୍ରୀଧର ସନ୍ୟାସୀ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ସଙ୍ଗଠନ ସମ୍ପାଦକ ଡ. ପ୍ରକାଶ ଚନ୍ଦ୍ର ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories