www.samajalive.in
Saturday, December 6, 2025
26.1 C
Bhubaneswar

ଛାତ୍ରଙ୍କ ବେକ କାଟିଲେ ଦୁଇ ବାଇକ ଆରୋହୀ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।  ଦୁଇଜଣ ବାଇକ ଆରୋହୀ ଏକ ଧାରୁଆ ଅସ୍ତ୍ରରେ ଜଣେ ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଫେରାର ହୋଇଯାଇଥିବା ଜଣାପଡିଛି । କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଦଳ ଗ୍ରାମର ମହେନ୍ଦ୍ର ଦାସଙ୍କ ପୁଅ ତଥା କୁଲାଇଲୋସ୍ଥିତ ଅନନ୍ତ ଦଳାଇ ସ୍ମୃତି ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ସୂର୍ଯ୍ୟନାରାୟଣ ଦାସ ସୋମବାର ଅପରାହ୍ନରେ କୁଲାଇଲୋ ଟିଉସନ ହେବାକୁ ଯାଇଥିଲେ ।

ଟିଉସନରୁ ଫେରିବା ସମୟରେ ରାସ୍ତାରେ ଏକ କଳା ବାଇକରେ ପଛପଟୁ ଆସି ୨ଜଣ ଦୁବୃର୍ତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଫେରାର ହୋଇଯାଇଥିଲେ । ଏଥିରେ  ତାଙ୍କ ବେକରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପରିବାର ଲୋକେ ଖବର ପାଇ ତୁରନ୍ତ ତାଙ୍କୁ ଆଠଗଡ ଡାକ୍ତରଖାନା ନେଇଥିଲେ । ତତେବେ ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଏପରି ଆକ୍ରମଣ କଲା ସେନେଇ ତଦନ୍ତ ପରେ ଜଣାପଡିବ ବୋଲି କହିଛି ପୋଲିସ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories