www.samajalive.in
Saturday, December 6, 2025
23.1 C
Bhubaneswar

କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ଶତ୍ରୁକୁ ଦୁର୍ବଳ ଭାବି ଉପଯୁକ୍ତ ମୁକାବିଲା କଲେ ବିଜୟୀ ହେବେ। ସୁସ୍ଥ ଜୀବନ ବିତାଇବେ।
ବୃଷ: ଲକ୍ଷ୍ମୀଙ୍କ ଭଣ୍ଡାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି। ସନ୍ମାର୍ଗୀ ହୋଇ ପରୋପକାରରେ ବ୍ରତୀ ହେଲେ ଭଣ୍ଡାର ପରିପୂର୍ଣ୍ଣ ହେବ। ଜଣେ ବ୍ୟକ୍ତି ବିଶେଷଭାବେ ଜନସାଧାରଣଙ୍କ ସମ୍ମାନନୀୟ ହେବେ।
ମିଥୁନ: ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନୂଆ ବନ୍ଧୁ ସୃଷ୍ଟି ହେବେ।
କର୍କଟ :ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରସ୍ପର ଆଲୋଚନା ଦ୍ବାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସିଂହ: କଷ୍ଟ ସହିଷ୍ଣୁ ମନୋଭାବର ହୋଇପାରନ୍ତି। ମଧୁର ଭାଷା, ପ୍ରେମପୂର୍ଣ୍ଣ ବ୍ୟବହାର କରି ଜନସାଧାରଣଙ୍କ ମନ କିଣିବେ। ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରି ଲୋକଙ୍କ ସେବାରେ ବିନିଯୋଗ କରିବେ।
କନ୍ୟା: ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଦେଶ ମାତୃକାର ରକ୍ଷଣାବେକ୍ଷଣ ପାଇଁ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇପାରନ୍ତି।
ତୁଳା: ପ୍ରେମପୂର୍ଣ୍ଣ ଭାଷା ବ୍ୟବହାର କରି ପରକୁ ଆପଣାର କରିବାର କଳା ଆପଣଙ୍କଠାରେ ଅଛି। ରାଜଯୋଗ ଥିବାରୁ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଉଚ୍ଚ ସମ୍ମାନର ଅଧିକାରୀ ହେବେ। କର୍ମଚଞ୍ଚଳ ରହିବେ।
ବିଛା: ଜ୍ଞାନ ଗରିମାଯୁକ୍ତ ଓ କୁଳ ପ୍ରଦୀପ ହୋଇ ପରିବାରକୁ ଜ୍ଞାନାଲୋକରେ ଉଦ୍‌ଭାଷିତ କରିପାରନ୍ତି। କଷ୍ଟ କରି ଇଷ୍ଟ ପ୍ରାପ୍ତି ଆପଣଙ୍କ ଧ୍ୟେୟ ହେବ। ଅର୍ଥାଗମର ମାର୍ଗ ଉନ୍ମୁକ୍ତ କରିବାରେ ସିଦ୍ଧହସ୍ତ ହେବେ।
ଧନୁ: ଜଣେ ଦୟାର୍ଦ୍ରଚିତ୍ତ ବ୍ୟକ୍ତିଭାବେ ନିଜ ପ୍ରଶଂସା ନଶୁଣି ଖୋଲା ହସ୍ତରେ ଦୀନ ଦରିଦ୍ରଙ୍କ ସହାୟତାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ରୋଗୀ କଲ୍ୟାଣ ପାଇଁ ଔଷଧ ବଣ୍ଟନ ଆପଣଙ୍କ ଧ୍ୟେୟ ହୋଇପାରେ।
ମକର:ପରାଙ୍ଗପୁଷ୍ଟ ନ ହୋଇ ନିଜର ଧୀ’ ଶକ୍ତି ପ୍ରୟୋଗରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ପତ୍ନୀଙ୍କ ପରାମର୍ଶକୁ ଗ୍ରହଣ କରି କାର୍ଯ୍ୟ କରିବେ।
କୁମ୍ଭ: ରାଜସିକ ବାତାବରଣ ଅପେକ୍ଷା ସାତ୍ତ୍ବିକ ବାତାବରଣ ସାଂସାରିକ ବୈରାଗୀମାନଙ୍କ ପାଇଁ ଜରୁରୀ ଉପାଦେୟ। ଭକ୍ତି ହଁି ଧର୍ମର ମହତ୍ବ ପ୍ରତ୍ୟାଖ୍ୟାନ କରିଥାଏ। ଧନ ସାଇତି ରଖିବାରେ ପ୍ରୟାସୀ ହେବେ।
ମୀନ : ସେବା କାର୍ଯ୍ୟ ପାଇଁ ସେବକ ଭୂମିକା ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ; ମାତ୍ର ସେବା କାର୍ଯ୍ୟରେ ମନକୁ ଆସୁଥିବା ଅହଂଭାବକୁ ତୁରନ୍ତ ସମର୍ପି ଦେବା ଆବଶ୍ୟକ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories