www.samajalive.in
Saturday, December 6, 2025
26.1 C
Bhubaneswar

‘ଟିଭିଏସ୍‍ ଜୁପିଟର୍‍ ଗ୍ରାଣ୍ଡେ’ ଉନ୍ମୋଚିତ

ଭୁବନେଶ୍ୱର : ଟିଭିଏସ୍‍ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‍ ଜୁପିଟର୍‍ ଗ୍ରାଣ୍ଡେର ଉନ୍ମୋଚନ କରାଯାଇଛି। ଏହି ସ୍ୱତନ୍ତ୍ର ଏଡିସନ୍‍ ଜୁପିଟରରେ ଅନେକ ପ୍ରକାର ନୂତନ ବୈଶିଷ୍ଟ୍ୟ ରହିଛି ଓ ଏହା ଷ୍ଟାର୍‍ଲାଇଟ୍‍ ବ୍ଲୁ ରଙ୍ଗରେ ଉପଲବ୍ଧ। ପ୍ରଥମ ଥର ପାଇଁ ଟିଭିଏସ୍‍ ଜୁପିଟର୍‍ର ଗ୍ରାଣ୍ଡେରେ ସାର୍ପ ଏଲ୍‍ଇଡି ଟେକ୍‍ ହେଡଲ୍ୟାମ୍ପ୍‍ ସହିତ ପୋଜିସନ୍‍ ଲ୍ୟାମ୍ପ୍‍ ଏବଂ ଡିଜିଟାଲ୍‍ ଆନାଲୋଗ ମିଟର ସହିତ ଇକୋନୋମିଟର ବ୍ୟବହାର କରାଯାଇଛି। ଏଥିରେ ଡାଏମଣ୍ଡ୍‍ କଟ୍‍ ଆଲଏ ହ୍ୱିଲ୍‍ ଲଗାଯାଇଛି। ଟିଭିଏସ୍‍ ଜୁପିଟର ଉଭୟ ଡିସ୍କ ଓ ଡ୍ରମ୍‍ ଭାରିଆଣ୍ଟରେ ଉପଲବ୍ଧ। ଏହାର ଡିସ୍କ ଭାରିଆଣ୍ଟର ନୂଆଦିଲ୍ଲୀ ଏକ୍ସ ଶୋ’ରୁମ୍‍ ମୂଲ୍ୟ ୫୯,୬୪୮ ଟଙ୍କା ଓ ଡ୍ରମ୍‍ ଭାରିଆଣ୍ଟର ମୂଲ୍ୟ ୫୫,୯୩୬ ଟଙ୍କା ରହିଛି। ଏ ସମ୍ପର୍କରେ କମ୍ପାନୀର ଉପସଭାପତି (ମାର୍କେଟିଂ)କମ୍ୟୁଟର ମୋଟରସାଇକଲ୍‍ ସ୍କୁଟର ଓ କର୍ପୋରେଟ୍‍ ବ୍ରାଣ୍ଡ୍‍ ଅନିରୁଦ୍ଧ ହଲଦର କହିଛନ୍ତି ଯେ, ପ୍ରତିବର୍ଷ ଆମେ ଏକ ବିଷୟକୁ ନେଇ ଗ୍ରାହକଙ୍କ ଜୀବନର ସତ୍ୟତାକୁ ଜୀବନ୍ତ କରିଥାଉ। ଚଳିତ ବର୍ଷ ପାଇଁ ବିଷୟ ହେଉଛି ଅଭିଭାବକ-ପ୍ରତି ଅଭିଭାବକ ନିଜ ପିଲାଙ୍କ ସଫଳତାକୁ ନିଶ୍ଚିତ କରନ୍ତୁ। ଟିଭିଏସ୍‍ ଜୁପିଟର ଗ୍ରାଣ୍ଡେ ତାଙ୍କର ସେହି ଭାବନାକୁ ସାଲ୍ୟୁଟ୍‍ କରୁଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories