www.samajalive.in
Saturday, December 6, 2025
14.1 C
Bhubaneswar

ସୁନ୍ଦରଗଡ଼ର ଖୁଣ୍ଟଗାଁଠାରେ ହେବ ଅତ୍ୟାଧୁନିକ ଟସର ସିଲକ୍‌ ପାର୍କ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲା ଟସର ଚାଷ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି। ଟସର ଚାଷୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କବ୍ୟତୀତ ଏହା ଉ ପରେ ଅନେକ ହିତାଧିକାରୀ ନିର୍ଭର କରୁଥିବାରୁ ସରକାର ଟସର ଚାଷର ପ୍ରସାର ପାଇଁବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁନ୍ଦରଗଡ଼ରବଣେଇ, କୋଇଡା, ଲହୁଣି ପଡ଼ା, ବିଶ୍ରା, ବଡ଼ଗାଁବ୍ଲକ୍‌ରେ
ଟସର ଚାଷ କରାଯାଉଛି। ଜିଲ୍ଲାରେ ପ୍ରାୟ ୩ ହଜାର ଚାଷୀ ପରିବାର ଏହା ମାଧ୍ୟମରେ ଜୀବିକା ନିର୍ବାହନ କରୁଛନ୍ତି।
ଚାଷୀମାନଙ୍କୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ରେଶମ ନିର୍ଦ୍ଦେଶାଳୟ ଅଧୀନରେ ଏହି ଜିଲାରେ ୯ଟି ଚାଷୀ ସହଯୋଗ ସମିତି ରହିଛି। ଟସର ବନୀକରଣ ଏବଂ ବିହନ ଯୋଗାଇଦେବାଠାରୁ ଆରମ୍ଭ କରି କୋଷା ଅମଳ ପର୍ଯ୍ୟନ୍ତ ଟସର ଚାଷୀମାନଙ୍କୁ ସହୋଯୋଗ ସମିତି ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରୁଛି।

 

- Advertisement -

ସୁନ୍ଦରଗଡ଼ ଜିଲାରେ ପ୍ରାୟତଃ ୬୦ ଲକ୍ଷରୁ ଅଧିକ ଟସର କୋଷା କ୍ରୟବିକ୍ରୟ ହେଉଥିବାବେଳେ ୨ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି। ଟସର କୀଟ ପାଳନ ଅଶନ ଓ ଅର୍ଜୁନ ଗଛରେ କରାଯାଇଥାଏ। ତେଣୁ ରେଶମ ନିର୍ଦେଶାଳୟ ପକ୍ଷରୁ ସମିତି ମାଧ୍ୟମରେ ଚାଷୀମାନଙ୍କ ପାଇଁ ନିର୍ଦ୍ଧାରିତ ଜଙ୍ଗଲରେ ଏହି ଗଛସବୁ େଯାଗାଇ ଦିଆଯାଇଛି। ଜିଲାରେ ବାର୍ଷିକ ୪ ଲକ୍ଷ ଟସରବିହନ (ଅଣ୍ଡା)ର ଆବଶ୍ୟକ ପଡ଼ୁଛି। ସେଥିମଧ୍ୟରୁ ୨ ଲକ୍ଷ ନିଜ ଜିଲାରୁ ଏବଂ ଅବଶିଷ୍ଟ ଅନ୍ୟ ଜିଲାରୁ କ୍ରୟ କରାଯାଉଛି। ତେଣୁ ଜିଲ୍ଲାରେ ଟସର ଚାଷର ସାମୁହିକ ବିକାଶ ଲକ୍ଷରେ ଖୁଣ୍ଟଗାଁଠାରେ ଅତି ଶୀଘ୍ର ଏକ ଅତ୍ୟାଧୁନିକ ଟସର ସିଲକ୍‌ ପାର୍କ ପ୍ରତିଷ୍ଠିତ ହେବାକୁ ଯାଉଛି । ଏହି ଟସର ସିଲକ୍‌ ପାର୍କରେ ନର୍ସରୀ, ଗୋଦାମ ଘର, ତାଲିମ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର, ପ୍ରଦର୍ଶନୀ,ବିକ୍ରୟବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ଦ୍ୱାରା ମୂଲ୍ୟଯୁକ୍ତ ଟସର ସାମଗ୍ରୀ ଉତ୍ପାଦନ ହେବା ସହିତ ‘ସଏଲ୍‌ ଟୁ ସିଲକ୍‌’ ପରିକଳ୍ପନା ବାସ୍ତବ ରୂପ ନେଇ ପାରିବ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଟସର ଚାଷ ଏବଂ ଚାଷୀମାନଙ୍କର ଆର୍ଥିକ ପ୍ରଗତିରେବିଶେଷ ସହାୟକ ହୋଇ ପାରିବ ବୋଲି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories