www.samajalive.in
Monday, December 8, 2025
14.1 C
Bhubaneswar

ନିଶା ବଟିକା ଓ କଫ୍‍ ସିରପ ଜାଲରେ ଯୁବଗୋଷ୍ଠୀ

ତୁଷୁରା: ଗୁରୁବାର ରାତିରେ ତୁଷୁରା ଅଞ୍ଚଳରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ସାମାନ୍ୟ କଥାରୁ ଗଣ୍ଡଗୋଳ ଓ ଆକ୍ରମଣ ସହ ପ୍ରତି ଆକ୍ରମଣ ହୋଇଛି। ଏଥିରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖା ହେବା ବେଳକୁ ଏନେଇ କୌଣସି ଅଭିଯୋଗ ଥାନାରେ ହୋଇ ନ ଥିବା ସୂଚନା ମିଳିଛି।

ଗୁରୁବାର ସନ୍ଧ୍ୟାରେ ତୁଷୁରା ପତିତପାବନ ପଡ଼ାର ରୋହିତ କୁମ୍ଭାର ବାଇକରେ ଦ୍ରୁତ ଗତିରେ ଯାଉଥିଲେ। ଏହି ସମୟରେ ତୁଷୁରା ହସ୍‍ପିଟାଲ ପାଖରେ ଉଭୟ ପଟରୁ ଆସୁଥିବା ଗୋଦାମ ପଡ଼ାର ସିପକ ନାଗଙ୍କୁ ଖିଜେଇ ହେଲା ଭଳି ଅନାଇ ଥିଲେ ରୋହିତ। ସିପକ ରୋହିତଙ୍କ ଚାହାଣିରେ ଅପମାନିତ ଅନୁଭବ କରିଥିଲେ। ଖିଜଉ ଥିବା ଦର୍ଶାଇ ଦୁଇ ଜଣ ଓ ସହଯୋଗୀମାନେ କିଛି ସମୟ ଝଗଡ଼ା କରି ସେଠାରୁ ଚାଲି ଯାଇଥିଲେ। ଏହାପରେ ରୋହିତ ନିଜ ସାଙ୍ଗମାନଙ୍କ ସହ ତୁଷୁରା ନୋଡ଼ାଲ ୟୁପି ସ୍କୁଲ ପରିସରରେ କଥାବାର୍ତ୍ତା ହେଉଥିଲେ। ଗୁରୁବାର ରାତି ପ୍ରାୟ ୯ଟା ସମୟରେ ସିପକ ତାର ୧୦ଜଣ ସାଥୀ(କିଛି ନାବାଳକ)ଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ହାତରେ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଥିଲା। ସିପକ ଓ ସାଥୀମାନେ ଆଲୋଚନା କରିବା ବଦଳରେ ରୋହିତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ରୋହିତ ଆହତ ହୋଇଥିଲେ। ଅନ୍ୟପଟେ ସିପକଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା। ତାଙ୍କ କାନ ଅଧା ଛିଣ୍ଡି ଯାଇଥିଲା। କାନ ସହ ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଦୁଇ ଆହତଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‍ପିଟାଲକୁ ନିଆଯାଇଥିଲା। ବଲାଙ୍ଗିରରେ ୨ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଉଭୟ ଗୋଷ୍ଠୀର ଯୁବକମାନେ ଶୁକ୍ରବାର ବଲାଙ୍ଗିର ଭୀମଭୋଇ ହସ୍‍ପିଟାଲରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି। ଚାପା ଉତ୍ତେଜନା ଉଭୟ ଗୋଷ୍ଠୀ ମଧ୍ୟରେ ରହିଛି।

- Advertisement -

ନିଶା କଫସିରପ୍‍ ତଥା ବଟିକା କବଳରେ ରହିଛନ୍ତି ତୁଷୁରା ଅଞ୍ଚଳର ଅନେକ ବେକାର ଯୁବକ। ତୁଷୁରା ବସ୍ତି ଭିତରେ ଥିବା ନୋଡ଼ାଲ ୟୁପି ସ୍କୁଲ ପରିସର ପାଲଟିଛି ନିଶା କାରବାର ଓ ଅପରାଧୀକ କାର୍ଯ୍ୟକଳାପ ଚଳାଉଥିବା ଅସାମାଜିକ ଯୁବକଙ୍କର ଆଡ୍ଡା। ତୁଷୁରା ଅଞ୍ଚଳରେ ବିକ୍ରି ହେଉଥିବା ନିଶା ବଟିକା ତଥା କଫ ସିରଫ ମାଫିଆଙ୍କୁ ଗିରଫ କରିବା ସହ ଏହି କାରବାର ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି। ଗୋଷ୍ଠୀ ସଂଘର୍ଷ ସଂପର୍କରେ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ କହିଛନ୍ତି ଯେ, କୌଣସି ପକ୍ଷରୁ ଅଭିଯୋଗ ହୋଇ ନାହିଁ। ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ। କେଉଁ କାରଣରୁ ଦୁଇ ପକ୍ଷ ମୁହାଁମୁହିଁ ହେଲେ ଓ କେଉଁମାନେ ଦୋଷୀ ତାହା ତଦନ୍ତ କରିବା ପରେ ହିଁ ସ୍ପଷ୍ଟ ହେବ ବୋଲି ଆଇଆଇସି ଶ୍ରୀ ପ୍ରଧାନୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories