www.samajalive.in
Monday, December 15, 2025
14.1 C
Bhubaneswar

୬୨ ବର୍ଷର ପରମ୍ପରା ; ନଗର ବୁଲିଲେ ନଗର ଦେବୀ ସମଲେଇ

ତୁଷୁରା :ତୁଷରା ସହରର ପ୍ରତ୍ୟେକ ବ୍ୟକ୍ତିଙ୍କର ଭାବାବେଗରେ ଉପସ୍ଥିତ ପ୍ରାଣଦାୟୀନୀ ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଇଙ୍କର ଆଜି ନଗର ବିଜେ। ତୁଷରାର ପ୍ରସିଦ୍ଧ ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଏହି ୬୨ତମ ତ୍ରିଦୀବଶୀୟ ଚଣ୍ଡିଯଜ୍ଞ ଓ ସମଲେଶ୍ୱରୀ ଯାତ୍ରା ଗୁରୁବାରରେ ଆରମ୍ଭ ହୋଇଥିବାବେଳେ ଶନିବାର ମା ସମେଲଶ୍ୱରୀ ବରୁଆଙ୍କ ଦେହରେ ଆର୍ବିଭାବ ହୋଇ ନଗର ପରିକ୍ରମା କରିଥିଲେ। ପ୍ରତିବର୍ଷ ଏହି ମହାଷ୍ଟମୀ ଦିନ ତୁଷରା ର ଇଷ୍ଟ ଦେବୀ ମାଁ ସମଲେଇ ତାଙ୍କ “ଛୁଆ ପୁତା”ଙ୍କ ହାରୀ ଗୁହାରୀ ଶୁଣିବା ପାଇଁ ନଗରକୁ ବିଜେ କରନ୍ତି। ଏହି ଅଷ୍ଟମୀ ଦିନ ମାଁ ନଗର ଭ୍ରମଣ କରୁଥିବାରୁ ତୁଷରାର ବାସିନ୍ଦା ଯେ କେହି ବି ଯେଉଁଠାରେ ରହୁଥିଲେ ମଧ୍ୟ ଏହି ଦିନ ଉପସ୍ଥିତ ରହୁଥିବା ଦେଖିବାକୁ ମିଳେ। ଯାହାଙ୍କୁ କି ସ୍ୱାଗତ କରିବା ପାଇଁ ଦୁରଦୁରାନ୍ତରରୁ ଭକ୍ତମାନେ ଆସିଥାନ୍ତି ନିଜ ନିଜ ଘରକୁ। ଶନିବାର ମନ୍ଦିରରୁ ମା ସମଲେଇ ବାହାଧରୁ, ଛତର , ଢ଼ୋଳ, ନିଶାନ , ମୁହୁରୀ, ଘଣ୍ଟ, କଳସି ଓ ମଶାଳି ସହ ହୁଳାହୁଳିରେ ନଗରକୁ ବିଜେ କରିଥିଲେ। ସ୍ଥାନୀୟ ଗୁଡ଼ଭେଲୀ ଗଛ ନିକଟରେ ନିଜ ଭଉଣୀ ଚଣ୍ଡୀ ,ମାଉଳି , କାଳୀ ,ଚାମୁଣ୍ଡା ଆଦି ଭଉଣୀ ମାନଙ୍କୁ ଛାଡ଼ି ମାଁ ସମଲେଶ୍ୱରୀ ତୁଷରା ବାସୀଙ୍କ ଦୁଃଖ ସୁଖ ବୁଝିବା ପାଇଁ ଢ଼ୋଳ ଉପରେ ଚଢ଼ି ଶହ ଶହ ଭକ୍ତଙ୍କ ଗହଣରେ ନଗରକୁ ପ୍ରବେଶ କରିଥିଲେ। ପୁରାଣ ଲୋକମାନେ କହନ୍ତିଯେ ଏହି ଗୁଡ଼ଭେଲୀ ଗଛ ନିକଟରେ ଏକ ନାଳା ବହିଯାଉଥିଲା ଏବଂ ସେଠାରେ ମାଉଲି ଓ ଅନ୍ୟାନ୍ୟ ଶକ୍ତି ରହୁଥିଲେ। ତେଣୁ ମାଁ ଉକ୍ତ ସ୍ଥାନକୁ ମାଡ଼ିଲେ ତାଙ୍କ ସହ ଭଉଣୀମାନେ ଯିବାର ସମ୍ଭାବନାକୁ ଏଡ଼ାଇବାକୁ ଯାଇ ସେହି ସ୍ଥାନକୁ ନ ମାଡ଼ି ବର୍ତ୍ତମାନ ଢୋ଼ଳ ଚଢ଼ି ଯାଆନ୍ତି। ବର୍ତ୍ତମାନ ସେ ନାଳା ଆଉ ନଥିଲେ ମଧ୍ୟ ଉକ୍ତ ସ୍ଥାନରେ ମା ପାଦରେ ନଯାଇ ଢ଼ୋଳ ଉପରେ ଚଢ଼ିଯିବାର ପରମ୍ପରା ରହିଛି। ଏହାକୁ ମାଙ୍କ ଢ଼ୋଳ ଚଢ଼ା ବୋଳି ଲୋକେ ବିଶ୍ୱାସ କରିବା ସହ ଦେଖିବାକୁ ଏହି ଦିନ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥାନ୍ତି। ଭକ୍ତଙ୍କ ଜୟ ମା ସମଲେଇ ରେ ସମସ୍ତ ନଗର ପ୍ରକମ୍ପିତ ହେଉଥିବାବେଳେ ତୁଷରା ସହର ବଢ଼ି ଯାଇଥିଲେ ମଧ୍ୟ ମାଙ୍କ ଗୋଟିଏ ଦିନ ଧରି ନଗରରେ ଭ୍ରମଣ କରୁଥିବାରୁ ସହରବାସୀ ପ୍ରତ୍ୟେକ ନିଜ ନିଜ ଘର ସମ୍ମୁଖରେ ଧୂପ ଦୀପ, କଳଶ ଆଦି ରଖି ଗୋଡ଼ ଧୋଇ ମାଁ ଙ୍କୁ ଦୁଃଖ ଗୁହାରୀ କରିଥିଲେ। ଏଠାକାର ସମଲେଇ ମନ୍ଦିର ତେଳ ନଦୀ ଓ ସୋନଗଡ଼ ନଦୀର ସଂଗମ ସ୍ଥଳୀ ନିକଟରେ ମାଆ ସମଲେଇଙ୍କର ପୀଠ। ସମଲେଶ୍ୱରୀପାଖରେ ଏକ ଶକ୍ତି ସ୍ତମ୍ଭ ଅଛି। ସେହି ସ୍ତମ୍ଭ ହିଁ ମା ସମଲେଇ, ମାହେଶ୍ୱରୀ, ବୁଢ଼ି ସମଲେଇ ଆଦି ନାମରେ ପ୍ରଖ୍ୟାତ। ମାଁ ସମଲେଇ ଖୁବ ପ୍ରତ୍ୟକ୍ଷ ଦେବୀ। ସେ ଅଷ୍ଟଭୁଜା ମାଆଙ୍କ ସିନ୍ଦୁର ମଥାରେ ଲଗେଇ ଦେଲେ ଯେମିତି ଦେହରେ ହୋଇ ଉଠେ ସିହରଣ। ଏହି ପୀଠରେ ପୂର୍ବରୁ ସପ୍ତାହରେ ଥରେ “ମୁଠିପୂଜା”ହେଉଥିଲା। ଏବେ ନିୟମିତ ଭୋଗ ଲାଗି ହେଉଛି। ପ୍ରତିବର୍ଷ ଆଶ୍ୱୀନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରୁ ନବମୀ ତିଥି ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ମାଆଙ୍କ ପୀଠରେ ଶାରଦୀୟ ପର୍ବ ବା ସମଲେଶ୍ୱରୀ ଯାତ୍ରା ପାଳିତ ହୁଏ। ଏହା ତ୍ରିଦିନାତ୍ମକ ଭୁବନେଶ୍ୱରୀ ପୂଜା ପଦ୍ଧତିରେ ହୁଏ। ତୁଷୁରାରେ ସମଲେଇ ଯାତ୍ରା ହେଉଥିବାରୁ ଆଉ ତୁଷୁରାରେ କୌଣସି ସ୍ଥାନରେ ଦୁର୍ଗା ପୁଜା ବା ମଣ୍ଡପ କରି ପୁଜା କରା ନ ଯିବାର ପରମ୍ପରା ରହିଛି।।ଅଷ୍ଟମୀ ତିଥିରେ ଦେବୀଙ୍କ ପ୍ରତିନିଧିମାନେ ଛତର ସମଲେଇ କାଳିସୀ ନଗର ଭ୍ରମଣ କରନ୍ତି।ପ୍ରତିବର୍ଷ ମାଆଙ୍କ ଯାତ୍ରା ପାଇଁ କମିଟୀ ଗଠନ ହୋଇଥାଏ। କିନ୍ତୁ କମିଟୀ ବାହାରେ ମଧ୍ୟ ସ୍ୱେଚ୍ଛାଭାବେ ବହୁ ଯୁବକ ଓ ବୟସ୍କ ବ୍ୟକ୍ତି ବିନା ସ୍ୱାର୍ଥରେ ଶ୍ରମଦାନ କରି ଭକ୍ତି ଲାଭ କରନ୍ତି। ମାଆଙ୍କ ଠାରେ ଶ୍ରଦ୍ଧାଳୁମାନେ ମାନସିକ ରଖନ୍ତି। ମାଆଙ୍କୁ ଡ଼ାକିଲେ ସେ ଭକ୍ତର ମନୋବାଞ୍ଛା ପୂରଣ ହେଉଥିବା ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଦେବୀଙ୍କ ପୀଠରେ ମଧ୍ୟ ବାସନ୍ତିକ ପର୍ବ ଚୈତ୍ର ମାସରେ ପାଳିତ ହୁଏ। ବହୁ ପ୍ରାଚୀନ କାଳରୁ ଦେବୀ ଏହି ସ୍ଥାନରେ ଅଧିଷ୍ଠିତା। କୌଣସି ଶୁଭକର୍ମରେ ପ୍ରଥମେ ମାଆ ସମଲେଇଙ୍କୁ ନିମନ୍ତ୍ରଣ କରାଯିବା ବିଧି ଏବେବି ପ୍ରଚଳିତ। ସ୍ଥାନୀୟ ଐତିହାସିକଙ୍କ ମତରେ ତୁଷରା ହେଉଛି ପ୍ରାଚୀନ ତୋଷାଳୀ, ଯାହାକି ଦିନେ କଲିଙ୍ଗର ରାଜଧାନୀ ଥିଲା। ଏହାର ଅଦୂରରେ ଥିବା ଖର୍ଳିଗଡ଼ରେ ଖାରବେଳଙ୍କର ଏକ ଦୁର୍ଗର ଭଗ୍ନାଂଶ ଏହାର ମୁକ ସାକ୍ଷୀ ରୁପେ ବିଦ୍ୟମାନ। ସେହି ସମୟରୁ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ହୋଇଥିବା ଅନୁମାନ କରାଯାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories