ହିମାଚଳ ପ୍ରଦେଶରେ ହେବ ଦେଶର ପ୍ରଥମ ଟନେଲ୍ ରେଳ ଷ୍ଟେସନ
ମନାଲି .- ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ହିମାଚଳ ପ୍ରଦେଶରେ ଦେଶର ପ୍ରଥମ ଟନେଲ ଭିତରେ ଥିବା ରେଳ ଷ୍ଟେସନ ନିର୍ମାଣ କରାଯିବ । ବିଳାସପୁର-ମନାଲି ଓ ଲେହରେ ରେଳ ମାର୍ଗ ମଧ୍ୟରେ ଥିବା କେଲଙ୍ଗରେ ଏହି ଟନେଲ୍ ଭିତରେ ଷ୍ଟେସନ ନିର୍ମାଣ କରିବା ପାଇଁ ଭାରତୀୟ ରେଳ ଯୋଜନା କରିଛି । ପରେ ଏହି ରେଳମାର୍ଗରେ ଅନେକ ଟନେଲ ଭିତରେ ଷ୍ଟେସନ ନିର୍ମାଣ କରାଯିବ ବୋଲି ଉତ୍ତର ରେଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଡିଆର ଗୁପ୍ତା ସୂଚନା ଦେଇଛନ୍ତି ।
ତିନି ହଜାର ମିଟର ଉଚ୍ଚରେ ଏହି ଟନେଲ ରେଳ ଷ୍ଟେସନ ନିର୍ମାଣ କରାଯିବ । ଚୀନ ଓ ଭାରତର ସୀମା ନିକଟରେ ଏହି ଷ୍ଟେସନ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି । ପୂର୍ବରୁ ଦିଲ୍ଲୀ ଓ ଅନ୍ୟ କେତକ ସହରରେ ଟନେଲ୍ ମଧ୍ୟରେ ମେଟ୍ରୋ ଷ୍ଟେସନ କରାଯାଇଛି । ମାତ୍ର ଦେଶରେ ପ୍ରଥମ ଥର ପାଇଁ ଟନେଲ୍ ମଧ୍ୟରେ ରେଳ ଷ୍ଟେସନ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି ।
କେଲଙ୍ଗ ମନାଲୀଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଥିବା ବେଳେ ତିଦ୍ଦତ ଓ ଭାରତର ସୀମାଠାରୁ ୧୨୦ କିଲୋମିଟର ଦୂରରେ ରହିଛି ।