www.samajalive.in
Sunday, December 14, 2025
14.1 C
Bhubaneswar

ବନ୍ଧାହେଲା ଟୁଙ୍ଗୁରୁ ଭୋଳ

ଖଣ୍ଡଗିରି : ଜଣେ ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ଉକ୍ତ ଭିଡିଓ ପ୍ରଘଟ ଅଭିଯୋଗରେ କମିସନରେଟ ପୁଲିସ ଅନ୍ତର୍ଗତ ଭରତପୁର ଥାନା ପୁଲିସ ଗୁରୁବାର ସମ୍ପୃକ୍ତ ପ୍ରେମିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତିରେ ରହୁଥିବା ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଆଲୋକ ଭୋଳ ଓରଫ ଟୁଙ୍ଗୁର (୨୧)। ଟୁଙ୍ଗୁରୁକୁ ଅଦାଲତ ଚାଲାଣ କରାଯାଇଥିବା ପୁଲିସ କହିଛି।
ସୂଚନାଯୋଗ୍ୟ, ଫୁଲେଶ୍ବରୀ ବସ୍ତିରେ ବାପାମା’ଙ୍କ ସହ ଟୁଙ୍ଗୁରୁ ରହିବା ସହ ଅଟୋ ଚଳାଉଥିଲା। ଏହି ସମୟରେ ଭରତପୁର ଅଞ୍ଚଳର ଜଣେ ମହିଳାଙ୍କ ସହ ଦେଖା ହୋଇ ପରିଚୟ ହୋଇଥିଲା। ପରେ ଫୋନ୍‌ ନମ୍ବର ଦିଆନିଆ ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପୃକ୍ତ ମହିଳା ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଟୁଙ୍ଗୁରୁ ସହ ସଂସାର କରିବାକୁ ଦାବି କରିଥିଲେ। ଅନ୍ୟସ୍ଥାନରେ ଟୁଙ୍ଗୁରୁର ବିବାହ ଠିକ୍ ହେବା ଜାଣି ପ୍ରଥମେ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନା ସମ୍ମୁଖରେ ଫୁଲମାଳ, ଶଙ୍ଖା ସିନ୍ଦୂର ଧରି ଟୁଙ୍ଗରୁକୁ ବିବାହ ପାଇଁ ଜିଦ୍‌ ଧରି ବସିଥିଲେ। ପୁଲିସ ବୁଝାସୁଝା କରି ଉଭୟଙ୍କୁ ଛାଡ଼ିଥିଲା। ହେଲେ କିଛି ଦିନ ତଳେ ଅନ୍ୟତ୍ର ବିବାହ କଥାବାର୍ତ୍ତା ହେବା ପାଇଁ ଟୁଙ୍ଗୁରୁ ତାଙ୍କୁ ଘରକୁ ଡାକିଥିଲା। ଏହି କଥାକୁ ମହିଳା ସହଜରେ ଗ୍ରହଣ କରିନଥିଲେ। ଶେଷରେ ଆଉ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ତାଙ୍କ ଘରେ ଟୁଙ୍ଗୁରୁ ପହଞ୍ଚି ସାଙ୍ଗରେ ଆସିବାକୁ କହିଥିଲା। ମହିଳା ଜଣକ ଟୁଙ୍ଗୁରୁ ଘରକୁ ଆସିଥିଲେ। ସେ ଆସିବା ପରେ ଟୁଙ୍ଗୁରୁ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ଉକ୍ତ ଦୃଶ୍ୟର ଚିତ୍ର ଉତ୍ତୋଳନ କରିଥିଲା। ପରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରି ସେଠାରୁ ତଡ଼ି ଦେଇଥିଲା। ଉକ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଟୁଙ୍ଗୁରୁ ପ୍ରଘଟ କରିଦେଇଥିଲା। ଏନେଇ ମହିଳା ଜଣକ ପୁଣି ଥରେ ଭରତପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଗୁରୁବାର ଟୁଙ୍ଗୁରୁକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଥାଉକି, ଗତ ଦେଢ଼ମାସ ହେଲା ଟୁଙ୍ଗୁରୁ ପ୍ରେମ ମାମଲା ରାଜଧାନୀ଼ ସମେତ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories