www.samajalive.in
Monday, December 15, 2025
26.1 C
Bhubaneswar

ତୁଳସୀ ପତ୍ର ଛିଣ୍ଡାଇବା ବେଳେ ଏହି ନିୟମ ମାନିବା ଉଚିତ୍

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅଧିକ ମହତ୍ତ୍ବ ରହିଛି। ତୁଳସୀକୁ ଶାସ୍ତ୍ରରେ କେବଳ ପୂଜନୀୟ ନୁହେଁ ଔଷଧୀୟ ବୃକ୍ଷ ବୋଲି କୁହାଯାଏ। ତୁଳସୀ ପତ୍ର ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ତୁଳସୀ ପତ୍ରକୁ ଛିଣ୍ଡାଇବା ବେଳେ କିଛି ନିୟମ ମାନିବାକୁ ପଡିଥାଏ। ଏହାସହ ତୁଳସୀ ପତ୍ର ଛିଣ୍ଡାଇବା ବେଳେ ଅନେକ ସାବଧାନ ବର୍ତ୍ତିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା, ଏହି ସବୁ ନିୟମ ସମ୍ବନ୍ଧରେ ..

ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ମା’ ଲକ୍ଷ୍ମୀଙ୍କ ସ୍ବରୂପ କୁହାଯାଇଛି। ଏହାସହ ତୁଳସୀ ବୃକ୍ଷ ସହ ଅନେକ ଆଧ୍ୟାତ୍ମିକ କଥା ଜଡିତ। କୁହାଯାଇଛି ଯେ, ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ତୁଳସୀ ପତ୍ର ଅର୍ପଣ କରାଯାଇଥାଏ। ଏହାସହ ସତ୍ୟନାରାୟଣଙ୍କ ପୂଜାରେ ମଧ୍ୟ ତୁଳସୀ ପତ୍ର ବ୍ୟବହାର କରାଯାଇଥାଏ।

- Advertisement -

ସାବଧାନତା :

ଶାସ୍ତ୍ର ଅନୁସାରେ, ରବିବାର ଦିନ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ।

ତୁଳସୀ ପତ୍ରକୁ ନଖରେ କେବେ ଆଘାତ କରିବା ଉଚିତ ନୁହେଁ। ଏହାସହ ନଖ ସାହାର୍ଯ୍ୟରେ ପତ୍ର ଛିଣ୍ଡାନ୍ତୁ ନାହିଁ।

ସନ୍ଧ୍ୟା ପର ଠାରୁ ତୁଳସୀ ବୃକ୍ଷକୁ ଛୁଇଁବା ଅନୁଚିତ।

ଅମାବାସ୍ୟା, ଚତୁର୍ଦ୍ଦଶୀ ଓ ଦ୍ବାଦଶୀରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ।

ଶିବ ଲିଙ୍ଗରେ କେବେ ବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ।

ଯଦି କେବେ ତୁଳସୀ ପତ୍ର ଶୁଖିଯାଏ ତାହାକୁ କୌଣସି ପବିତ୍ର ନଦୀ, ପୋଖରୀ କିମ୍ବା କୂଅରେ ପ୍ରବାହିତ କରି ଦିଅନ୍ତୁ।

ତୁଳସୀ ବୃକ୍ଷ ଶୁଖିଗଲେ ତା ସ୍ଥାନରେ ନୂଆ ବୃକ୍ଷ ଲଗାନ୍ତୁ। ଏହାସହ ଶୁଖିଲା ତୁଳସୀ ବୃକ୍ଷକୁ ଘରେ ରଖନ୍ତୁ ନାହିଁ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories