www.samajalive.in
Saturday, December 13, 2025
26.1 C
Bhubaneswar

ଆର୍ଥିକ ସମସ୍ୟା ଦୂର କରିଥାଏ ତୁଳସୀ

ଅନେକ ଔଷଧୀୟ ଗୁଣରେ ଭରପୁର ତୁଳସୀ। ହିନ୍ଦୁ ଧର୍ମରେ ତୁଳସୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ପୂଜନୀୟ। ପ୍ରତ୍ୟେକ ବ୍ୟକ୍ତି ନିଜ ଘରର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାଇବା ଉଚିତ। ଭଗବାନ ବିଷ୍ଣୁଙ୍କର ଏହା ଅତ୍ୟନ୍ତ ପ୍ରିୟ। ତୁଳସୀ ବିନା ଭଗବାନଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଇଥାଏ। ଭଗବାନଙ୍କ ଭୋଗରେ ତୁଳସୀ ନିଶ୍ଚିତ ଅର୍ପଣ କରାଯାଇଥାଏ।
ତୁଳସୀ ବୃକ୍ଷ ଅଗଣାରେ ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ତୁଳସୀଙ୍କ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଜାଣନ୍ତୁ…..
ଯେକୌଣସି ପ୍ରକାର ରୋଗ ତଥା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଭାବେ ତୁଳସୀଙ୍କ ନିକଟରେ ଜଳ ଅର୍ପଣ କରନ୍ତୁ। ଏହାସହ ମନ୍ତ୍ର ମଧ୍ୟ ଜପ କରନ୍ତୁ।
ଏକ ହଳଦିଆ ରେଶମୀ ସୂତାକୁ ବ୍ୟବହାର କରି ଏଥିରେ ୧୦୮ ଗଣ୍ଠି କରି ତୁଳସୀଙ୍କ ନିକଟରେ ବାନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ।
ନକରାତ୍ମକ ଶକ୍ତି ଦୂର ପାଇଁ ରାତିରେ ଶୋଇବା ପୂର୍ବରୁ ୫ଟି ତୁଳସୀ ପତ୍ର ନିଜ ତକିଆ ତଳେ ରଖନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଆର୍ଥିକ ସମସ୍ୟା ଦୂର ପାଇଁ ସକାଳ ସମୟରେ ଚାରଟି ତୁଳସୀପତ୍ରକୁ ତୋଳି ଏହାକୁ ଏହା ଏକ ପିତ୍ତଳର ଏକ ପାତ୍ରରେ ପାଣିରେ ରଖି ୨୪ ଘଣ୍ଟା ରଖନ୍ତୁ। ଏହି ପାଣିକୁ ଘରର କୋଣ ମାନଙ୍କରେ ଛିଞ୍ଚିକରି ପକାନ୍ତୁ। ମୁଖ୍ୟଦ୍ୱାରରେ ମଧ୍ୟ ଛିଞ୍ଚନ୍ତୁ। ମାତ୍ର ପାଦରେ ଯେପରି ନଲାଗେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories