ମଙ୍ଗଳବାର ଦିନଟି ବିଶେଷ କରି ପ୍ରଭୁ ହନୁମାନଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ ବ୍ୟକ୍ତି ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ସେହିପରି ମଙ୍ଗଳବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ।
ମାନ୍ୟତା ଅନୁଯାୟୀ ମଙ୍ଗଳବାର ଦିନ ନଖ ଓ କେଶ କାଟନ୍ତୁ ନାହିଁ। ଏପରି କରିବା ଦ୍ୱାରା ମଙ୍ଗଳ ଦେବତା ଓ ପ୍ରଭୁ ହନୁମାନ ଅସନ୍ତୁଷ୍ଟ ହୋଇଥାଆନ୍ତି।
ମଙ୍ଗଳବାର ଦିନ ଆମିଷ ଓ ଅନ୍ୟ କୌଣସି ନିଶା ଜିନିଷର ସେବନ କରନ୍ତୁ ନାହିଁ।
ମଙ୍ଗଳବାର ଦିନ ବ୍ରତ ପାଳନ କରୁଥିଲେ, ଲୁଣ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ରତର ସଠିକ୍ ଫଳ ମିଳିନଥାଏ।
ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ କରଜ ଭାବେ ଟଙ୍କା ଦିଅନ୍ତୁ ନାହିଁ। ଏହି ଦିନ କରଜ ଦେବା ଦ୍ୱାରା ଏହା ମିଳିବା ଖୁବ କଷ୍ଟକର ହୋଇଥାଏ।
ମଙ୍ଗଳବାର ଦୈନିକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ବିଶେଷ ଯାତ୍ରା କରନ୍ତୁ ନାହିଁ। ନିତାନ୍ତ ଆବଶ୍ୟକ ହେଲେ ଗୁଡ ଖାଇ ଯାତ୍ରା କରନ୍ତୁ।
ମଙ୍ଗଳବାର ଏସବୁ କାର୍ଯ୍ୟ କରୁଥିଲେ : ଜାଣି ରଖନ୍ତୁ..
Popular Categories



