www.samajalive.in
Sunday, December 7, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୭-୧୧-୨୦୨୦)

ମେଷ: ଇଚ୍ଛା କରୁଥିବା କାର୍ଯ୍ୟଟି ହସ୍ତଗତ ହୋଇପାରେ। ସେବା ପୂଜାରେ ମନୋନିବେଶ କରିପାରନ୍ତି। କୌଣସି କାରଣରୁ ମନରେ ଈର୍ଷାଭାବ ଆସିପାରେ। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।

ବୃଷ: ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ଅହଂ ଭାବର ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଦ୍ୱାରା ପରିଚାଳିତ ହୋଇପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟାସହ ବିବାହ ସ୍ଥିର ହେବ।

- Advertisement -

ମିଥୁନ: ମିତ୍ର ଲାଭ ହୋଇପାରେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ସତ୍‍ପୁତ୍ର ଲାଭ କରିପାରନ୍ତି। ଅଜାତଶତ୍ରୁ ହେବେ।

କର୍କଟ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।

ସିଂହ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ ହେବେ। ଯଶସ୍ୱୀ ହେବେ।

କନ୍ୟା: ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିିବ। ଧାର୍ମିକ ହେବେ। ବନ୍ଧୁପ୍ରେମୀ ବିଦ୍ୱାନ୍‍ ହୋଇପାରନ୍ତି।

ତୁଳା: କଠିନ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ଶ୍ରମର ମୂଲ୍ୟ ମିଳିବ। ଭାଗ୍ୟଶାଳୀ ହେବେ। ଶାନ୍ତିପ୍ରିୟ ଓ ସହନଶୀଳ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖରେ କଟିବ।

ବିଛା: ମିଳିଥିବା କାର୍ଯ୍ୟ ହାତଛଡ଼ା ନ କରିବା ଭଲ। ଆଶାବାଦୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ଉଦ୍ୟମ ଜାରି ରହିବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। କର୍ମଚଞ୍ଚଳ ରହିବେ। ମଧୁରଭାଷାରେ ଜନମନ କିଣିବାରେ ସକ୍ଷମ ହେବେ। ଧାର୍ମିକ ପ୍ରକୃତିର ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ସାହସୀ ଓ ଜ୍ଞାନୀ ହେବେ।

ମକର: ସୁସ୍ଥ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର, ମନ୍ତ୍ର ତଥା ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ। ଗୃହ କାର୍ଯ୍ୟରେ ପତ୍ନୀଙ୍କ ସହାୟତା ମିଳିବ।

କୁମ୍ଭ: ଆୟ ବୃଦ୍ଧିର ସୂଚନା ମିଳୁଛି। କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ।

ମୀନ: କର୍ତ୍ତବ୍ୟ ପାଳନ କରି ଧନ୍ୟବାଦର ପାତ୍ର ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି। ଶିଳ୍ପଦ୍ୟୋଗୀ ହେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories