www.samajalive.in
Friday, December 5, 2025
20.1 C
Bhubaneswar

ରୁଷ୍ ​‌ତୈଳ କମ୍ପାନୀ ଉପରେ ଟ୍ରମ୍ପଙ୍କ କଟକଣା: ପ୍ରଭାବିତ ହେବ ଭାରତର ତୈଳ ଆମଦାନୀ

ୱାଶିଂଟନ: ରୁଷ୍‌ର ଦୁଇଟି ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ ରସନେଫ୍ଟ ପିଜେଏସ୍‌ସି ଓ ଲୁକଅଏଲ ପିଜେଏସ୍‌ସି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟକଣା ଲାଗୁ କରିଛନ୍ତି। ଏହି ଦୁଇ ତୈଳ କମ୍ପାନୀ ୟୁକ୍ରେନ ବିରୋଧୀ ଯୁଦ୍ଧ ପାଇଁ ରୁ​‌ଷ୍‌କୁ ବ୍ୟାପକ ପାଣ୍ଠି ଯୋଗାଉଥିବା ଅଭିଯୋଗ କରି ଟ୍ରମ୍ପ କଟକଣା ଲାଗୁ କରିଛନ୍ତି। ୟୁକ୍ରେନ ସହିତ ଲାଗିଥିବା ଯୁଦ୍ଧକୁ ବନ୍ଦ ପାଇଁ ଟ୍ରମ୍ପ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ଥିବାବେଳେ ଏପରି ପଦକ୍ଷେପ ନେଇଛନ୍ତି। ଗୁରୁବାର ଆମେରିକା ଲାଗୁ କରିଥିବା ଏହି କଟକଣା ଦ୍ବାରା ଉକ୍ତ କମ୍ପାନୀ ଠାରୁ ଭାରତ ତୈଳ ଆମଦାନୀ କରିବା ସମ୍ଭବପର ହେବ ନାହିଁ। ଫଳରେ ରୁଷ୍‌ ଠାରୁ ଭାରତ କରୁଥିବା ତୈଳ ଆମଦାନୀ ପ୍ରଭାବିତ ହେବ। ଭାରତ ଏହାର ମୋଟ ଆବଶ୍ୟକତାର ୩୬% ଅଶୋଧିତ ତୈଳ ରୁଷ୍‌ ଠାରୁ ଆମଦାନୀ କରୁଛି।

ଭାରତର ତୈଳ ବିଶୋଧନକାରୀ କମ୍ପାନୀଗୁଡିକ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଆମେରିକାର କଟକଣା ଯୋଗୁଁ ତୈଳ ଆମଦାନୀ ହ୍ରାସ ପାଇବ। ରୁଷ୍ ଯୋଗାଉ ଥିବା ଅଶୋଧିତ ତୈଳ ଦର ପାଶ୍ଚାତ୍ୟ ଦେଶଗୁଡିକ ତୁଳନାରେ କମ୍ ରହୁଥିବାରୁ ଏହା ଭାରତକୁ ସୁହାଉଥିଲା। ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ଭାରତ ଏହାର ତୈଳ ଆବଶ୍ୟକତା ପାଇଁ ରୁଷ୍‌ ଉପରେ ଅଧିକ ନିର୍ଭର କରିଆସୁଛି। ଏହା ପୂର୍ବରୁ ଭାରତ ମଧ୍ୟପ୍ରାଚ୍ୟ ଦେଶଗୁଡିକ ଉପରେ ନିର୍ଭର କରୁଥିଲା। ଏବେ ଭାରତର ତୈଳ ଆମଦାନୀକୁ ପ୍ରଭାବିତ କରିବା ଲାଗି ଆମେରିକା ରୁଷ୍‌ର ତୈଳ କମ୍ପାନୀଗୁଡିକ ଉପରେ କଟକଣା ଲାଗୁ କରିଛି। ରୁଷ୍ ଠାରୁ ଭାରତର ତୈଳ ଆମଦାନୀକୁ ଆମେରିକା ବିରୋଧ କରିଆସୁଛି। ଏଥିପାଇଁ ଭାରତ ଉତ୍ପାଦିତ ସାମଗ୍ରୀ ଉପରେ ଆମେରିକା ୫୦% ଟିକସ ଲାଗୁ କରିଛି।

- Advertisement -

ଆମେରିକାର ଟିକସ ପ୍ରହାର ଭାରତକୁ ପ୍ରଭାବିତ କରି ନପାରିବାରୁ ଟ୍ରମ୍ପ ଏବେ ଏପରି ପଦକ୍ଷେପ ନେଇଛନ୍ତି।
ଅନ୍ୟପଟେ ରୁଷ୍ ରାଷ୍ଟ୍ରପତି ପୁଟିନ ଆମେରିକାର ଏହି କଟକଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୁଟିନ କହିଛନ୍ତି ଯେ ଆମେରିକାର ଚାପ ନିକଟରେ ରୁଷ୍ ମୁଣ୍ଡ ନୁଆଁଇବ ନାହିଁ। ଆମେରିକା ସମେତ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ରୁଷ୍‌ ଉପରେ କୌଣସି ପ୍ରକାର ଆକ୍ରମଣ କଲେ ଚରମ ପରିଣାମ ଭୋଗ କରିବ ବୋଲି ପୁଟିନ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର କଟକଣା ଏକ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ। ଏହାଦ୍ବାରା ଆମେରିକା ସହିତ ରୁଷ୍‌ର ସମ୍ପର୍କରେ କେବେହେଲେ ଉନ୍ନତି ଆସିପାରିବ ନାହିଁ। ପୁଟିନ କହିଛନ୍ତି ଯେ ଆମେରିକାର କଟକଣା ରୁଷ୍‌ର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିପାରିବ ନାହିଁ। କାରଣ ରୁଷ୍‌ର ତୈଳ କମ୍ପାନୀଗୁଡିକ ନିଜ ଚୁକ୍ତିବଦ୍ଧ ଅଂଶୀଦାରଙ୍କ ଉପରେ ଦୃଢ ବିଶ୍ବାସ ରଖିଛି। ଆମେରିକା ଠାରୁ ୟୁକ୍ରେନ ହାସଲ କରିଥିବା ଟମହକ୍ କ୍ଷେପଣାସ୍ତ୍ର ପ୍ରସଙ୍ଗରେ ପୁଟିନ କହିଛନ୍ତି ଯେ କିଭ୍‌ ଯଦି ଏହି କ୍ଷେପଣାସ୍ତ୍ରକୁ ଉପଯୋଗ କରେ ତେବେ ଏହା ଯୁଦ୍ଧକୁ ବ୍ୟାପକ କରିବ। ଏଥିପାଇଁ ୟୁକ୍ରେନ ଚରମ ପରିଣାମ ଭୋଗିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories