www.samajalive.in
Saturday, December 13, 2025
27.1 C
Bhubaneswar

ଜି-୨୦ ଶିଖର ବୈଠକ ସମୟରେ ଜିନ୍‍ପିଙ୍ଗ-ଟ୍ରମ୍ପ ଆଲୋଚନା

ୱାଶିଂଟନ : ଜି-୨୦ ଶିଖର ବୈଠକ ସମୟରେ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗଙ୍କ ସହ ସେ ଆହୁରି ଅନେକ ବିଷରେ ଆଲୋଚନା କରିବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ କହିଛନ୍ତି। ବିଶ୍ୱର ଦୁଇସର୍ବବୃହତ ଅର୍ଥନୀତି ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦର ସମାଧାନ କ୍ଷେତ୍ରରେ ଏହା ଏକ ବଡ଼ଧରଣର ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଗତବର୍ଷ ଡିସେମ୍ବର ମାସରେ ଆର୍ଜେଣ୍ଟିନାର ବୁଏନୋସ୍‍ଏୟର୍ସ ଠାରେ ଅନୁଷ୍ଠିତ ଜି-୨୦ ଶିଖର ବୈଠକ ସମୟରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ ବିବାଦ ଓ ଶୁଳ୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ୍‍ କରି କହିଛନ୍ତି ଆସନ୍ତା ସପ୍ତାହରେ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶିଖର ବୈଠକ କାଳରେ ସେ ଚୀନ୍‍ ଷ୍ଟ୍ରପତିଙ୍କ ସହ ଏହି ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରିବେ। ଉଭୟ ନେତାଙ୍କ ବୈଠକ ପୂର୍ବରୁ ଦୁଇଦେଶର ପ୍ରତିନିଧିମାନଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେବ। ଚୀନ୍‍ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା ପରେ ଶ୍ରୀ ଟ୍ରମ୍ପ୍‍ ଟ୍ୱିଟ୍‍ ବାର୍ତ୍ତାରେ ଏହା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ ସଂଘର ମୁଖ୍ୟଙ୍କ ସମେତ ୨୦ଟି ଶ୍ରେଷ୍ଠ ଅର୍ଥନୈତିକ ସମୃଦ୍ଧ ଦେଶର ନେତାମାନେ ଜାପାନର ଓସାକା ସହରରେ ଜି-୨୦ ଶିଖର ବୈଠକରେ ଏକାଠି ହେବେ । ଏହି ଶିଖର ବୈଠକ ଦୁଇବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories