ଟ୍ରମ୍ପ-ପୁଟିନ ଆଲୋଚନା ପୂର୍ବରୁ ରୁଷର ଦାବି- ନାଟୋ ସଦସ୍ୟତାରୁ ୟୁକ୍ରେନକୁ ବାଦ ଦିଆଯାଉ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ମଙ୍ଗଳବାର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ ସହିତ ଯୁଦ୍ଧ ବନ୍ଦ କରିବା ଲାଗି ଟ୍ରମ୍ପ ପୁଟିନଙ୍କ ସହିତ ଆଲୋଚନା କରିବେ। ଏହା ପୂର୍ବରୁ ସୋମବାର ରୁଷ ଏହାର ଏକ ଦାବି ଉପସ୍ଥାପନ କରିଛି। ନାଟୋ ଦେଶଗୁଡ଼ିକ ୟୁକ୍ରେନକୁ ଏହାର ସଦସ୍ୟତାରୁ ବାଦ ଦିଅନ୍ତୁ ଏବଂ ୟୁକ୍ରେନ ନିରପେକ୍ଷ ରହୁ ବୋଲି ରୁଷ ଦାବି କରିଛି।

ଟ୍ରମ୍ପ କହିଛନ୍ତି, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କିପରି ବନ୍ଦ ହେବ ତାହା ଆମେ ଚାହୁଁଛୁ। ଆମେ ଭାବୁଛୁ ଆମ ନିକଟରେ ଏକ ଭଲ ସୁଯୋଗ ରହିଛି। ମଙ୍ଗଳବାର ସେ ପୁଟିନଙ୍କ ସହିତ କଥା ହେବେ। ବିଗତ ସପ୍ତାହରେ ଏ ଦିଗରେ ଅନେକ କାର୍ଯ୍ୟ ସମାପ୍ତ ହୋଇଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ୩୦ ଦିନିଆ ଯୁଦ୍ଧବିରତି ଲାଗି ୟୁକ୍ରେନ ରାଜି ହୋଇଛି। ରୁଷର ସମର୍ଥନ ଲାଗି ଟ୍ରମ୍ପ ପୁଟିନଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି। କିନ୍ତୁ ରୁଷ ଏହାର ଦୀର୍ଘ ସ୍ଥାୟୀ ସମାଧାନ ଚାହୁଁଛି। କେବଳ ୧ ମାସ ପାଇଁ ନୁହେଁ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ ପାଇଁ ବାଟ ବାହାର କରିବାକୁ ରୁଷ ଦାବି କରିଛି।

Comments are closed.