www.samajalive.in
Sunday, December 14, 2025
23.1 C
Bhubaneswar

ହେଲସିଙ୍କିଠାରେ ଟ୍ରମ୍ପ ଓ ପୁତିନ ପ୍ରଥମ ଆଲୋଚନା

ହେଲସିଙ୍କି : ବହୁ ବାଦବିବାଦ ପରେ ସୋମବାରର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍‍ ରାଷ୍ଟ୍ରପତି ବ୍ଳାଦିମିର ପୁତିନଙ୍କ ମଧ୍ୟରେ ଫିନ୍‍ଲ୍ୟାଣ୍ଡ ରାଜଧାନୀ ହେଲସିଙ୍କିଠାରେ ଐତିହାସିକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଛି। ଏହା ହେଉଛି ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା। ଦୁଇ ରାଷ୍ଟ୍ର ମଧ୍ୟରେ ‘ଅସାମାନ୍ୟ ସମ୍ପର୍କ’ ସ୍ଥାପନ ପାଇଁ ପ୍ରତିଜ୍ଞା କରିଥିବା ବିଷୟ ଟ୍ରମ୍ପ ସୂଚନା ଦେଇଥିବାବେଳେ ପୁତିନ କହିଛନ୍ତି ଯେ ‘ଏହା ହେଉଛି ସମୟର ଆହ୍ୱାନ, ରୁଷ ଓ ଆମେରିକା ମଧ୍ୟରେ ସମ୍ପର୍କରେ ଉନ୍ନତି ସହିତ ବିଶ୍ୱବ୍ୟାପୀ ସମସ୍ତ ସମସ୍ୟାର ସମାଧାନ ହେବା ଉଚିତ।’
ସମ୍ମିଳନୀ ଆରମ୍ଭରେ ଉଭୟ ନେତା ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଟ୍ରମ୍ପ ବିଶ୍ୱକପ୍‍ ଫୁଟ୍‍ବଲ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ପୁତିନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମିଳନୀରେ ବାଣିଜ୍ୟଠାରୁ ସାମରିକ ପ୍ରସଙ୍ଗ, ଆଣବିକ ନିରସ୍ତ୍ରୀକରଣଠାରୁ ଚୀନ୍‍ ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ଆଲୋଚନା ହେବା ଆବଶ୍ୟକ ବୋଲି ସେ କହିଥିଲେ। ଆମେରିକା ଓ ରୁଷ୍‍ ବିଶ୍ୱର ୯୦ପ୍ରତିଶତ ଆଣବିକ ଶକ୍ତିର ଅଧିକାରୀ ହୋଇ ରହିବା ଅନୁଚିତ। ଏହା ବିଶ୍ୱ ପାଇଁ ହିତକର ନୁହେଁ। ଏହି ପରିପ୍ରେକ୍ଷୀରେ ଦୀର୍ଘ ବର୍ଷ ବ୍ୟବଧାନରେ ଦୁଇ ରାଷ୍ଟ୍ର ଏକତ୍ର ହେବା ବିଶ୍ୱ ପାଇଁ ବଡ଼ ସୁଯୋଗ ବୋଲି ଟ୍ରମ୍ପ କହିଥିଲେ। ସେମାନଙ୍କ ଆଲୋଚନାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଥିବାରୁ ସେ ପୁତିନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ବୃଦ୍ଧି ଦିଗରେ ଧ୍ୟାନ ଦେବେ ବୋଲି ଟ୍ରମ୍ପ କହିଥିଲେ; ଯାହାକୁ ପୁତିନ୍‍ ସ୍ୱାଗତ କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟାକାଳ ବିସ୍ତୃତ ଆଲୋଚନା ହୋଇଥିଲା। ଟ୍ରମ୍ପ ଏହାକୁ ‘ଚମତ୍କାର ଆରମ୍ଭ’ ବୋଲି ଦର୍ଶାଇବା ସହ ପରବର୍ତ୍ତୀ ସାକ୍ଷାତ ଆଲୋଚନା ହ୍ୱାଇଟ୍‍ ହାଉସ୍‍ରେ ହେବ ବୋଲି ସେ ଘୋଷଣା କରିଥିଲେ। ଏହି ସମ୍ମିଳନୀ ପାଇଇ ଟ୍ରମ୍ପ ଓ ପୁତିନ୍‍ ହେଲସିଙ୍କିସ୍ଥିତ ଫିନ୍‍ଲ୍ୟାଣ୍ଡ ରାଷ୍ଟ୍ରପତି ଭବନ ‘ମାଣ୍ଟିନିୟେମି’ଠାରେ ପହଞ୍ଚିବବା ପରେ ଫିନ୍‍ଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ଓ ତାଙ୍କ ପତ୍ନୀ ଉଭୟଙ୍କୁ ସ୍ୱାଗତ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories