www.samajalive.in
Monday, December 15, 2025
26.1 C
Bhubaneswar

‘ୟୁକ୍ରେନରେ ଶାନ୍ତି ପାଇଁ ଭାରତ ଉପରେ ଟାରିଫ ଜରୁରୀ’: ଦୋଷ ଲୁଚାଇବାକୁ କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କଲା ଟ୍ରମ୍ପ ଟିମ୍‌

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଅଦାଲତ ଟ୍ରମ୍ପଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏହି ପଦକ୍ଷେପ ଅବୈଧ ବୋଲି କୋର୍ଟ ଘୋଷଣା କରିଥିଲେ। ଟ୍ରମ୍ପ ନିଜ ସୀମା ଲଂଘନ କରି ଜରୁରିକାଳୀନ ଶକ୍ତିର ଦୁରୁପଯୋଗ କରିଥିବା କୋର୍ଟ କହିଥିଲେ।

ତେବେ ଟ୍ରମ୍ପ ପ୍ରଶାସନ ଅଦାଲତରେ ସତ୍ୟପାଠ ଦାଖଲ କରି କହିଛି ଯେ, ଭାରତ ସହିତ ଅନେକ ଦେଶ ଉପରେ ଲଗାଯାଇଥିବା ଟାରିଫ ହଟାଇବା ଫଳରେ ବାଣିଜ୍ୟିକ ସମସ୍ୟା ଉତ୍ପନ୍ନ ହେବ ଏବଂ ବିଦେଶରେ ଶାନ୍ତି ପ୍ରତିଷ୍ଠା କରିବାର ପ୍ରୟାସ ଦୁର୍ବଳ ହୋଇଯିବ। ଟ୍ରମ୍ପ ପ୍ରଶାସନ ପକ୍ଷରୁ ତଳ କୋର୍ଟର ଆବେଦନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛି। ସଲିସିଟର ଜେନେରାଲ ଜନ ସାୟର ସତ୍ୟପାଠ ଜରିଆରେ ଶୁଳ୍କ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି।

- Advertisement -

ଟ୍ରମ୍ପ ପ୍ରଶାସନ କହିଛି, ରୁଷ-ୟୁରେକ୍ରନ ଯୁଦ୍ଧକୁ ନେଇ ଜାରି ହୋଇଥିବା ଜାତୀୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭାରତ ଉପରେ ଟାରିଫ ଲଗାଯାଇଛି। କାରଣ ଭାରତ ରୁଷଠାରୁ ବିପୁଳ ମାତ୍ରାରେ ତୈଳ ଅମଦାନୀ କରୁଛି। ଏହି ଶୁଳ୍କ ପ୍ରତ୍ୟାହାର କରାଯିବା ଅର୍ଥ ଆମେରିକାକୁ ଆର୍ଥିକ କ୍ଷତିଗ୍ରସ୍ତ ଭିତରକୁ ଠେଲିଦେବା ସହିତ ସମାନ ହେବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories