କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦର ଗ୍ରାମର ଜଣେ ନାବାଳକଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଗ୍ରାମର ଦେବେନ୍ଦ୍ର କୌଶଲ୍ୟାଙ୍କ ପୁଅ ଦଶମନ୍ତ କୌଶଲ୍ୟା (୧୩) ପରିବାରଙ୍କ ସହ ଘରେ ଖାଇ ପିଇ ଶୋଇଥିବା ସମୟରେ ରାତ୍ରରେ ୧୧.୩୦ସମୟରେ ପୁଅ ଦଶମନ୍ତ ଦାଣ୍ଡକୁ ଧାଇଁ ଚାଲିଗଲା। ଏହାର କିଛି ସମୟ ପରେ ପୁଅ ଦଶମନ୍ତ ବାନ୍ତି କରିଥିଲା । ସାପ କାମୁଡ଼ି ଥିବା ଜାଣି ସାହି ପଡିଶାକୁ କହି ପରିବାର ଲୋକେ ଏକ ବାଇକରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆଣି ଭର୍ତ୍ତି କରିଥିଲେ । ଏଠାରେ ଡକ୍ଟର ଚିନ୍ମୟ ରଞ୍ଜନ ନାୟକ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ମୃତ ଘୋଷଣା କରିବା ସହ ପୁଲିସକୁ ସୂଚନା ଦେଇଥିଲେ। ଆଜି ପୁଲିସ ଏଏସଆଇ ଦିଲ୍ଲୀପ ମାଝୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ମୃତ ଦଶମନ୍ତ କୌଶଲ୍ୟା ନାରାୟଣପୁର ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଏବେ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍ରେ ସାମିଲ ସମ୍ଭବ ନୁହେଁ – ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ



