ଟ୍ରକ୍ ଟାୟାର ଫାଟି ପଙ୍କଚର ମିସ୍ତ୍ରୀଙ୍କ ମୃତ୍ୟୁ

ଗୋଊ : ଗୋଳନ୍ଥରା ଥାନା ଅଞ୍ଚଳରେ ଟାୟାର ଫାଟି ଜଣେ ପଙ୍କଚର ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବିହାର ଜିଲାର ହରିଶଙ୍କର ଶାଜନ ଗ୍ରାମର ଏମଡି ଜାମାଲ ଆନ ସାରି (୧୯) ବୋଲି ପୁଲିସ ସୂଚନା ଦେଇଛି ।  ଏମଡି ଜାମାଲ ଆନସାରି ଗତ କିଛି ମାସ ହେଲା ଗୋଳନ୍ଥରା ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଟାୟାର ଦୋକାନରେ କାମ କରୁଥିଲେ । ଗୁରୁବାର ମଧ୍ୟାହ୍ନ  ସମୟରେ ଟାୟାର ପଙ୍କଞ୍ଚର ପକାଇବାବେଳେ ଟାୟାର ଫାଟି ଯାଇଥିଲା । ଫଳରେ ଆନସାରି ଗୁରୁତର ଆହତ ହୋଇପଡିଥିଲେ । ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏଏସଆଇ ପୁଷ୍ପା ମଲ୍ଲିକ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠେଇଥିଲେ  । ଅପରାହ୍ନରେ ବ୍ୟବଛେଦ କରି ମୃତଦେହକୁ ପରିବାର ଲୋକକୁ ହସ୍ତାନ୍ତର କରିଥିବା ପୁଲିସ ସୂଚନା ଦେଇଛି ।

 

Comments are closed.