www.samajalive.in
Sunday, December 14, 2025
23.1 C
Bhubaneswar

ତୁରୁମୁଙ୍ଗାରେ ଟ୍ରକ ଅଟକାଇଲା ଜିଲା ଟ୍ରକ ମାଲିକ ସଂଘ

ପାଟଣା : ଏକ ନିର୍ଦ୍ଧିଷ୍ଟ ପରିବହନ ସଂସ୍ଥାର ମନଇଚ୍ଛା କାରବାର ବିରୋଧରେ ଆଜି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ୪୯ ନଂ ଜାତୀୟ ରାଜପଥରେ ଲୁହାପଥର ପରିବହନ କରୁଥିବା ଟ୍ରକ ଗୁଡିକୁ ତୁରୁମୁଙ୍ଗା ନିକଟ ନିହ୍ନୁଆଁ ହାତୀବାରିଠାରେ ଅଟକାଇଛି । ପୂର୍ବାହ୍ନ ସାଢେ଼ ୧୦ ଟାରେ ସଂଘର ସଭାପତି ପଦ୍ମଲୋଚନ ସାହୁ, ସାଧାରଣ ସମ୍ପାଦକ ପ୍ରଦୀପ ବାରିକ, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, ବହୁ ଇବି ସଦସ୍ୟ ଓ ୩୫୦ ରୁ ଉର୍ଦ୍ଧ୍ବ ଗାଡି ମାଲିକ ହାତୀବାରି ଛକରେ ଗାଡି ଗୁଡିକୁ ଅଟକାଇ ଟି. ପି ନେଇ ଯାଇଛନ୍ତି l ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ହୋଇ ପାରିନଥିବା ବେଳେ ଜିଲ୍ଲାପାଳ ସଂଘର କର୍ମକର୍ତ୍ତାଙ୍କୁ ଆଲୋଚନା ପାଇଁ ଡାକିଥିବା ସୂଚନା ମିଳିଛି । ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ୪୦ ରୁ ଉର୍ଦ୍ଧ୍ବ ଗାଡି ସଙ୍ଘ ଅଟକାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ୧୩ ଏପ୍ରିଲରେ ଓ ଏମସି ଗନ୍ଧମାର୍ଦ୍ଦନରୁ ଲୁହାପଥର ପରିବହନ କରିଥିବା ୧୫୦ରୁ ଉର୍ଦ୍ଧ୍ବ ଟ୍ରକ ମାଲ ସର୍ଟେଜ ସମ୍ମୁଖୀନ ହେବା ସମସ୍ୟାର ସମାଧାନ ହୋଇନଥିବାରୁ ୧ ମଇ ରୁ ସଙ୍ଘ ଶୁଆକାଠିରୁ ପରିବହନ ବନ୍ଦ ରଖିଥିଲା । ତେବେ ନିର୍ଦ୍ଧିଷ୍ଟ ଏକ ପରିବହନ ସଂସ୍ଥା ୧୯ ମଇରେ ସଙ୍ଘ ବିରୁଦ୍ଧରେ ଯାଇ ଓ ଏମସିଠାରୁ ପାଇଥିବା ସମସ୍ତ ଲୋଡ଼ିଂ (ବାରକୋଡ) ଗୁଡିକ କିଛି ମାଲିକ ମାନଙ୍କ ସହାୟତାରେ ଖୋଲା ବଜାରରେ ଛାଡି ଦେଇଥିବାରୁ ସଂଘର ସିରିଏଲ ନିୟମ ବାଧାପ୍ରାପ୍ତ ହେବା ସହ ଜିଲ୍ଲାର ଗାଡି ମାଲିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ସଭାପତି ଶ୍ରୀ ସାହୁ କହିଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories