ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

0

ବାଲେଶ୍ୱର: ସହଦେବଖୁଣ୍ଟା ରେଳବାଇ ମାଲଗୋଦାମ ନିକଟରେ ଟ୍ରକଟି ବୃଦ୍ଧାଙ୍କୁ ଚାପି ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ସକାଳ ୧୧.୩୦ ସମୟରେ ଗୋଟିଏ ଟ୍ରକ ମାଲଗୋଦାମ ନିକଟକୁ ଯାଉଥିବା ବେଳେ ସାବିତ୍ରୀ ଦେଇ (୬୫) ନାମକ ଜଣେ ମହିଳାଙ୍କ ଉପରେ ଚଢାଇ ଦେଇଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା।ବୃଦ୍ଧାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ ଟ୍ରକ ମାଲିକଙ୍କ ଠାରୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହ ରାସ୍ତାରୋକ କରିଛନ୍ତି। ଟ୍ରକ ରହୁଥିବା ସ୍ଥାନକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଲୋକମାନେ ଅଡି ବସିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଟ୍ରକ ରହୁଥିବା ସ୍ଥାନକୁ ଯାଇ ଅନେକ ଟ୍ରକର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି।

Leave A Reply