www.samajalive.in
Monday, December 15, 2025
26.1 C
Bhubaneswar

ଡେଲିଭରୀ ବଏଙ୍କ ପାଇଁ ଆଡଭାଇଜରୀ ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି । ଦୃତ ଗତିରେ ଗାଡ଼ି ଚଳାଇବାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଜଲଦି ପାର୍ସଲ ପହାଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ଚାଲିଛି । ତାହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନରେ ଉଲ୍ଲଙ୍ଘନ କରୁଛନ୍ତି । ଦୃତ ଗାଡ଼ିଚାଳନା ଯୋଗୁଁ ରାସ୍ତାରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ଫିକ୍ସ ନ କରିବା ପାଇଁ ସମ୍ପୃକ୍ତ ସଂସ୍ଥା ସଚେତନ ହେବାକୁ ମଧ୍ୟ ତାଗିଦ କରାଯାଇଛି । ଗ୍ରାହକଙ୍କୁ ଖୁସି କରାଇବା ପାଇଁ ହୋମ୍ ଡେଲିଭରୀ କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଏ କେତେ ଶୀଘ୍ର ପାର୍ସଲ ଡେଲିଭରୀ କରିପାରିବ ସେନେଇ ମଧ୍ୟ ଡେଲିଭରୀ ବଏ ମାନେ ଦୃତ ଗତିରେ ବାଇକ ଚଳାଉଛନ୍ତି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories