ହାଇଦରାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ତିନି ତଲାକ ବିରୋଧୀ ଅଧ୍ୟାଦେଶ ସମ୍ପୂର୍ଣ୍ଣ ଭାବେ ମୁସଲମାନ ମହିଳା ବିରୋଧୀ ବୋଲି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ କହିଛନ୍ତି। ଏହା ମୁସଲମାନ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବ ନାହିଁ। ଇସଲାମରେ ବିବାହ ଏକ ସାମାଜିକ ରାଜିନାମା। ଏହା ବିରୋଧରେ ଆଇନ ଆଣିବା ଭୁଲ ବୋଲି ସେ ମତ ଦେଇଛନ୍ତି। ତିନି ତଲାକ ମାମଲାରେ ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅଧ୍ୟାଦେଶ ଆଣିଲେ ଏବେ ସ୍ୱାମୀ ପରିତ୍ୟକ୍ତାମାନଙ୍କ ନିମନ୍ତେ ମଧ୍ୟ ଆଇନ ଆଣନ୍ତୁ ବୋଲି ସେ ଦାବି କରିଛନ୍ତି। ଦେଶରେ ଏଭଳି ୨୪ ଲକ୍ଷ ମହିଳା ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ନିର୍ବାଚନୀ ସତ୍ୟପାଠରେ ପତ୍ନୀ ଜୀବିତ; ମାତ୍ର ତାଙ୍କ ସହିତ ଏକତ୍ର ରହୁ ନ ଥିବା ଦର୍ଶାଇଛନ୍ତି। ଏହି ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଦେଶରେ ଆଇନ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ଓୱେସୀ ଟ୍ୱିଟର୍ରେ ଉଲ୍ଲେଖ କରିଛନ୍ତି।
Popular Categories



