www.samajalive.in
Friday, December 12, 2025
14.1 C
Bhubaneswar

ଅନନ୍ୟ ପ୍ରତିଭା କବିଚନ୍ଦ୍ର କାଳୀଚରଣଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଡ଼ମ୍ବା: ରାଜ୍ୟ ବାହାରେ ଓଡ଼ିଆ ସାହିତ୍ୟ, କଳା, ସଂସ୍କୃତି, ମଞ୍ଚ ନାଟକ, ରାସ, ରାମଲୀଳା ସହିତ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ସ୍ୱତନ୍ତ୍ର ପରିଚୟ ପରସି ଥିବା ଅନନ୍ୟ ପ୍ରତିଭା କବିଚନ୍ଦ୍ର ଡ.କାଳୀଚରଣ ପଟ୍ଟନାୟକଙ୍କୁ ୧୨୪ତମ ଜୟନ୍ତୀ ଅବସରରେ ଜନ୍ମଭୂମି ବଡ଼ମ୍ବାରେ ପୂଜ୍ୟପୂଜା ପରିଷଦ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କବିଚନ୍ଦ୍ରଙ୍କ ବିରଳ ସୃଷ୍ଟି ସମ୍ଭାରର ପୁନଃପ୍ରକାଶନ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏହି ଅବସରର ଉପସ୍ଥିତ ବଡ଼ମ୍ବାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଜିଲା ପ୍ରଶାସନ,ରାଜ୍ୟ ସଂସ୍କୃତି ବିଭାଗ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ,ସାହିତ୍ୟ ଏକାଡେମୀ ତଥା ରାଜ୍ୟ ସଂଗ୍ରାହାଳୟ ଏଦିଗରେ ମିଳିତ ଉଦ୍ୟମ କରିବାକୁ ପରିଷଦ ତରଫରୁ ନିବେଦନ କରାଯାଇଛି।

ସ୍ଥାନୀୟ ରାଜବିଶ୍ୱମ୍ଭର କ୍ଲବ ପରିସରରେ ଏହି ମହାନ ସାରସ୍ୱତ ସାଧକଙ୍କ ଜନ୍ମତିଥି ବୁକୁଳ ଅମାବାସ୍ୟ ପରିପ୍ରେକ୍ଷୀରେ ବୁଧବାର ଉକ୍ତ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। ଶିକ୍ଷାବିତ୍‍ ଚନ୍ଦ୍ରଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିକଚ ସାହିତ୍ୟ ସଂସଦର ସଭାପତି ଦୁର୍ଯ୍ୟୋଧନ ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କବିଚନ୍ଦ୍ର ବଡ଼ମ୍ବା ଏବଂ ବଡ଼ମ୍ବାଗଡ଼ ରାଜବାଟୀରେ କଟାଇଥିବା ଶିଶୁବେଳର ଘଟଣାବଳି,ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କର ସଂଘର୍ଷମୟ ସାହିତ୍ୟ ଓ ସଂସ୍କୃତି ସାଧନା ତଥା ବଡ଼ମ୍ବା ଗଡ଼ଯାତର ଐତିହ ଚନ୍ଦନଯାତ୍ରା ଅବସରରେ ତାଙ୍କ ସାଂସ୍କୃତିକ ସାନିଧ୍ୟର ପୃଷ୍ଠଭୂମି ଉପରେ ମୁଖ୍ୟଅତିଥି ଶ୍ରୀ ବରାଳ ଆଲୋକପାତ କରିଥିଲେ। ସଭାରମ୍ଭରେ କବିଚନ୍ଦ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ସମବେତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ପରେପରେ ପରିଷଦର ସଦସ୍ୟ ସାହିତ୍ୟିକ ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର,ନାଟ୍ୟକାର ସତ୍ୟନାରାୟଣ ମିଶ୍ର,ଗାୟକରତ୍ନ ବ୍ରଜବନ୍ଧୁ ମଲ୍ଲିକ,ସମାଜସେବୀ ଦୁର୍ଗାମାଧବ ରଥ ଏବଂ ଭାଗବତ ସାହୁଙ୍କ ଅକାଳ ବିୟୋଗରେ ଶୋକପ୍ରସ୍ତାବ ଆଗତସହ ଏହି ଦିବଂଗତଙ୍କ ଅମରଆତ୍ମା ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

- Advertisement -

ନାଗରିକ ମଞ୍ଚର ସମ୍ପାଦକ ଅମୀୟ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଜାତୀୟ ପୁରଷ୍କାରପ୍ରାପ୍ତ ସେବାନିବୃତ ଶିକ୍ଷକ ଜଗନ୍ନାଥ ବାରିକ,କବିଚନ୍ଦ୍ରଙ୍କ ଦାୟାଦ ତଥା ବରିଷ୍ଠ ସାମ୍ବାଦିକ ବିରଜାଚରଣ ପଟ୍ଟନାୟକ,ଆଇନଜୀବୀ ହରିହର ବଳବନ୍ତାରାୟ,ଶିକ୍ଷକ ସରୋଜକାନ୍ତ ବଳିଆରସିଂହ,ଭରତନାରାୟଣ ସାହୁ,ଧନେଶ୍ୱର ସ୍ୱାଇଁ,ସନାତନ ସ୍ୱାଇଁ,ରାମଚନ୍ଦ୍ର ବିଶ୍ୱାଳ,ସାଂସଦ ପ୍ରତିନିଧି ଦିପକକୁମାର ସାହୁ,ଅଧ୍ୟାପକ ଶାରଦାନନ୍ଦ ଦାଶ,ଖଗେଶ୍ୱର ମହାପାତ୍ର,ସେବାନିବୃତ ବ୍ୟାଙ୍କ ପରିଚାଳକ ବିପିନବିହାରୀ ମହାନ୍ତି,ବରିଷ୍ଠ ରାଜନୀତିଜ୍ଞ କାଳନ୍ଦିଚନ୍ଦ୍ର ମିଶ୍ର,ରଜନୀକାନ୍ତ ବଳବନ୍ତରାୟ,କ୍ରୀଡ଼ାବିତ କାର୍ତ୍ତିକଚନ୍ଦ୍ର ପୁହାଣ,କବି ସାଧୁଚରଣ ପ୍ରଧାନ ଯୋଗଦେଇ କବିଚନ୍ଦ୍ରଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ଶେଷରେ ଅନୁଷ୍ଠାନର ଶୁଭେଛୁ ଶିକ୍ଷକ ରମେଶଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ସେହିପରି ଗୋପପୁର ବାସୁଦେବ ହାଇସ୍କୁଲରେ କବିଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନଶିକ୍ଷକ କାମରାଜ ସାହୁ ସଭାପତିତ୍ୱ କରିଥିଲେ। ସଭାରମ୍ଭରେ କବିଚନ୍ଦ୍ରଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନପୂର୍ବକ ସମବେତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ,କଳା ଓ ସଂସ୍କୃତିକୁ ନିଜର ସ୍ୱକୀୟ ପ୍ରଚେଷ୍ଟାରେ ଉଦ୍‍ଭାଷିତ କରିପାରିଥିବା ଏହି ପ୍ରଚଣ୍ଡ ପ୍ରତିଭା ଓଡ଼ିଶୀ ସଙ୍ଗୀତ,ନୃତ୍ୟ ଓ ମଞ୍ଚ ନାଟକ କ୍ଷେତ୍ରରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଏହି ଅବସରେ କବିଚନ୍ଦ୍ରଙ୍କ ସ୍ମୃତିଚାରଣ ପୂର୍ବକ ବକ୍ତାମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀଶ୍ୱର ବିଶ୍ୱାଳ, କୁଶ ଭୁଏ, ରାକେଶ କୁମାର ଜେନା, ଦିଲ୍ଲିପ କୁମାର ମହାନ୍ତି, ଶିକ୍ଷୟିତ୍ରୀ ରଞ୍ଜୁବାଳା ପରିଡ଼ା, ଶାରଳା ମାହେଶ୍ୱରୀ, କର୍ମଚାରୀ ରମେଶ ଚନ୍ଦ୍ର ସାମନ୍ତରାୟ, ଜଗବନ୍ଧୁ ନାଏକ ପ୍ରମୁଖ ସଭାରେ ଉପସ୍ଥିତ ପୂର୍ବକ କବିଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories