www.samajalive.in
Saturday, December 13, 2025
14.1 C
Bhubaneswar

ଆଦିବାସୀ ଝିଅ ଉଡ଼ାଇଲେ ବିମାନ

ମାଲକାନଗିରି : ମାଲକାନଗିରି ଏକଦା ମାଓବାଦୀ ମାଳଭୂମି ପଛୁଆ ଜିଲା ଭାବେ ପରିଚିତ ଥିଲା। ବର୍ତ୍ତମାନ ଭାରତ ମାନଚିତ୍ରରେ ଏହି ଜିଲାର ପରିଚୟ ବଦଳିଛି। ଆଦିବାସୀ ଅଞ୍ଚଳର ଯୁବକଯୁବତୀ ଗୋଟିଏ ପରେ ଗୋଟିଏ ଉଲ୍ଲେଖନୀୟ ସଫଳତା ହାସଲ କରି ଦେଶ ବିଦେଶରେ ଜିଲା ପାଇଁ ସୁନାମ ଆଣି ଦେଇଛନ୍ତି। ଅଷ୍ଟ୍ରେଲିୟାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଯୁବକ ଭକ୍ତରାମ ଦେସ୍ତୀ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଅଭିଶେକ ବାଗଚି ଆନ୍ତର୍ଜାତୀୟ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବା ପରେ ଏବେ ଜିଲାର ଆଉ ଜଣେ ଆଦିବାସୀ ଝିଅ ପାଇଲଟ ତାଲିମ ପାଇବା ପରେ ଏକ ଘରୋଇ ଏୟାର ଲାଇନ୍ସରେ କୋ’ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି।
ଦୃଢ଼ ଇଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ଏକ ଗରିବ ମଧ୍ୟବିତ ପରିବାରର ଗୋଟିଏ ଝିଅ ସିଧାସଳଖ ପାଇଲଟ ତାଲିମ ନେଇ ଉଡାଜାହାଜ ଚଲାଇବା ଘଟଣା ନିଶ୍ଚିତ ଭାବେ ସମାଜର ଅନ୍ୟ ଆଦିବାସୀ ଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ଓଡ଼ିଶା ପୁଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ମାରିନିୟସ ଲାକ୍ରା ଏବଂ ଏକ ସାଧାରଣ ଗୃହିଣୀ ଜାମାଜ୍‍ ୟାସମିନ୍‍ ଲାକ୍ରାଙ୍କ ଝିଅ ଅନୁପ୍ରିୟା ଲାକ୍ରା। ମାଲକାନଗିରି ଦୀପ୍ତି କନଭେଣ୍ଟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସିମିଳିଗୁଡା ଜୀବନ ଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରେ ଭୁବନେଶ୍ୱରରେ କିଛିଦିନ ଇଞ୍ଜିନିୟରିଂ କରିବା ପରେ ସମୟରେ ଜଣେ ପାଇଲଟ ହେବାକୁ ତାଙ୍କର ମନବଳାଇଥିଲେ। ଇଂଜିନିୟରିଂ ପାଠ ଅଧାରୁ ଛାଡି ଭୁବନେଶ୍ୱର ଗୋତି ଇନିଷ୍ଟୁଟରେ ତାଲିମ ପାଇ ଆବେଦନ କରିଥିଲେ। ପରେ ବେଙ୍ଗାଲୋର ଓ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଇଲଟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବା ପରେ ଯୋଗ୍ୟ ବିବେଚିତ ହୋଇ ୨୦୧୨ ମସିହାରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆଯାଇଥିଲା। ଚଳିତ ମାସ ସେ ଦକ୍ଷତାର ସହ ତାଲିମପ୍ରାପ୍ତ ପରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଁ କୋ’ପାଇଲଟ ବାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। କିଛିଦିନ ମଧ୍ୟରେ ସେ ଘରୋଇ ବିମାନ ସଂସ୍ଥାରେ ଦେଶ ବିଦେଶକୁ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି।
ଏ ନେଇ ଆଦିବାସୀ ଅଞ୍ଚଳର ସଂଘର୍ଷମୟ କାହାଣୀ ସମ୍ପର୍କରେ ଅନୁପ୍ରିୟା କହିଛନ୍ତି ଯେ, ବାପାମା’ଙ୍କ ଅବଦାନ ଓ ନିଜର ଦୃଢ ଇଛା ବଳରେ ହିଁ ଆଜି ସଫଳତା ମିଳିପାରିଛି। ନିଶ୍ଚିତ ଭାବେ ଦୃଢ ଇଛା ଶକ୍ତି ଥିଲେ ଯେ କୌଣସି ବ୍ୟକ୍ତି ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ଅନ୍ୟପକ୍ଷରେ ତାଙ୍କ ବାପାମା’ ମଧ୍ୟ ଝିଅର ଏହି ସଫଳତା ନେଇ ବେଶ୍‍ ଖୁସି ଅଛନ୍ତି। ଏକ ମଧ୍ୟବିତ ପରିବାରର ଗୋଟିଏ ଝିଅ ଆର୍ଥିକ ଅନାଟନ ମଧ୍ୟରେ ବହୁ କଷ୍ଟରେ ଏହିସ୍ତରରେ ପହଞ୍ଚିଥିବା ତାଙ୍କର ପିତାମାତା କହିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories