ରକ୍ଷାବନ୍ଧନ ମାଧ୍ୟମରେ ପରିବେଶର ବାର୍ତ୍ତା
ବ୍ରହ୍ମପୁର : ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ ଉତ୍ସବ । ନିଜ ସୁରକ୍ଷା କାମନା କରି ଭଉଣୀଟିଏ ତା’ ଭାଇ ହାତରେ ରାକ୍ଷୀଟିଏ ବାନ୍ଧିଥାଏ । ଇଏ ହେଉଛି ଆମ ହିନ୍ଦୁ ଧର୍ମର ବହୁ ପୂରାତନ ସାଂସ୍କୃତିକ ପରମ୍ପରା । ତେବେ ବ୍ରହ୍ମପୁରରେ ବିଜୁ ଯୁବବାହିନୀର କର୍ମକର୍ତ୍ତା ମାନେ ଏକ ଅଭିନବ ଉପାୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି । ମାନବ ସମାଜକୁ ଜୀବନ ଦେଉଥିବା ବୃକ୍ଷ ଗୁଡ଼ିକର ସୁରକ୍ଷା ପାଇଁ ସେମାନେ ଅଣ୍ଟା ଭିଡ଼ିଛନ୍ତି । ସେଥିପାଇଁ ସମାଜକୁ ବୃକ୍ଷର ସୁରକ୍ଷା ସଂପର୍କିତ ବାର୍ତ୍ତା ଦେବାପାଇଁ ବିଜୁ ଯୁବବାହିନୀର କର୍ମକର୍ତ୍ତା ମାନେ ସହରର ବିଭିନ୍ନ ସ୍ଥାନରେ ଥିବା ବୃକ୍ଷ ଗୁଡ଼ିକରେ ରାକ୍ଷା ବାନ୍ଧି ସେସବୁର ସୁରକ୍ଷା କାମନା କରିଛନ୍ତି