www.samajalive.in
Friday, December 5, 2025
26.1 C
Bhubaneswar

ବସୁନ୍ଧରାଙ୍କ ‘ରାଜସ୍ଥାନ ଗୌରବ’ ଯାତ୍ରା ଉପରେ ପଥର ମାଡ଼

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ‘ରାଜସ୍ଥାନ ଗୌରବ’ ରଥ ଯାତ୍ରାକୁ ଯୋଧପୁରରେ ଘୋର ବିରୋଧ କରାଯାଇଛି। ଶନିବାର ରାତିରେ ଯୋଧପୁରର ପିପାରରେ ରଥ ଉପରକୁ ଢେଲା ଓ ପଥର ମାଡ଼ କରାଯାଇଛି। ଫଳରେ ଯାତ୍ରାରେ ସାମିଲ କେତେକ ଲୋକ ଆହତ ହୋଇଛନ୍ତି ଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହାସହ ସେଠାରେ କଂଗ୍ରେସ ନେତା ଅଶୋକ ଗେହଲୋଟ ଜିନ୍ଦାବାନ୍ଦ ସ୍ଲୋଗାନ ମାନ ଦିଆଯାଇଥିଲା। ବିରୋଧ ସତ୍ତ୍ବେ ବସୁନ୍ଧରା ପୂର୍ବରୁ ଧାର୍ଯ୍ୟ ସମସ୍ତ ସବୁ ସଭାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ।
ଉଲ୍ଲେଖ ଯେ ଆସନ୍ତା ବିଧାନସଭା ନିର୍ବାଚକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ‘ରାଜସ୍ଥାନ ଗୌରବ’ ଯାତ୍ରା ଆରମ୍ଭ କରିଛନ୍ତି। ୫୮ ଦିନିଆ ଏହି ଯାତ୍ରାରେ ସେ ଲୋକଙ୍କୁ ଭେଟି ସମର୍ଥନ ମାଗୁଛନ୍ତି। ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ରଥ ଯାଇ ଯୋଧପୁରରେ ପହଞ୍ଚିଥିଲା। ସେଠାରେ ପିପାରରେ ରଥକୁ ଘୋର ବିରୋଧ ଓ ଢେଲା, ପଥର ମାଡ଼ କରାଯାଇଥିଲା। ଜନସଭାରେ ଯୋଗଦେଇ ବସୁନ୍ଧରା ଏଥିପାଇଁ କଂଗ୍ରେସକୁ ଦାୟୀ କରିଥିଲେ। କଂଗ୍ରେସର ଜଣେ ନେତାଙ୍କ ଇଙ୍ଗିତରେ ଏପରି କରାଯାଇଥିବା ସେ କହିଥିଲେ। ଏହାକୁ ନେଇ ଡିଆଇଜି ରାଘବେନ୍ଦ୍ର ସୁହାସ କହିଛନ୍ତି ଯେ ପିପାର ଏବଂ ଓସିଆନର ସମସ୍ତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି। ଓସିଆନର କେତେକ ସ୍ଥାନରେ ସଭାରେ ହୋହଲ୍ଲା ହୋଇଥିଲା ଓ ଖୁବଶୀଘ୍ର ତାକୁ କାବୁ କରି ନିଆଯାଇଥିଲା। ପିପାରରେ ଢେଲା ଓ ପଥର ମାଡ଼ କଥା ସାମ୍ନାକୁ ଆସିଛି ଓ ଏନେଇ ଅଧିକ ଅନୁସନ୍ଧାନ କରାଯାଉଛି ।
ପ୍ରକାଶଯୋଗ୍ୟ ଯେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରଥ ଯାତ୍ରାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶ।।ହା ପତାକା ଦେଖାଇ ଉଦ୍‍ଘାଟନ କରିଥିଲେ। ଏହି ଯାତ୍ରାର ଗୋଟିଏ ପର୍ଯ୍ୟାୟ ସମାପ୍ତ ହୋଇଛି ଓ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ରଥ ୧୬୫ଟି ବିଧାନସଭା ମଣ୍ଡଳୀ ପରିକ୍ରମା କରିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories