www.samajalive.in
Saturday, December 13, 2025
26.1 C
Bhubaneswar

ଗାଁ ଲୋକେ ସୃଷ୍ଟି କରିଥିଲେ ଗ୍ରାମ୍ୟ ଜଙ୍ଗଲ, ଦୁର୍ବୃତ୍ତ କାଟିଲେ ଗଛ

ହରଭଙ୍ଗା: ଆଜି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଜଙ୍ଗଲ ସମ୍ପଦ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ। ଏଭଳି ନାରା ସମସ୍ତଙ୍କ ପାଇଁ ମହତ୍ୱ ରଖୁଥିବାବେଳେ ଏଭଳି ଏକ ମହତ୍ ଉଦେଶ୍ୟ ନେଇ ୩୫ବର୍ଷ ତଳେ ଗାଁ ଲୋକଙ୍କ ଉଦ୍ୟମରେ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଗଛ କାଟିବା ଭଳି ଅମାନବୀୟ କାର୍ଯ୍ୟ ଲୋକଲୋଚନକୁ ଆସିଛି । ଏଭଳି ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞର ସୁରୁଣ୍ଡି କୋଡାଢିହ ଗ୍ରାମ୍ୟ ଜଙ୍ଗଲରେ ଦେଖିବାକୁ ମିଳିଛି। ଏ ସଂର୍ପକରେ ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀ ଖବର ପାଇ ପୁରୁଣାକଟକ ରେଞରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଚି କଟା ହୋଇପଡିଥିବା କୋଡିଏଟି ଗଛଗୁଡିକୁ ଜବତ କରିଥିବା ଜଣାପଡିଛି। ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୌଦ୍ଦ ଡିଏଫଓ ସୂଚନା ଦେଇଛନ୍ତି।

ସୂଚନା ଥାଉ କି, ଗତ ୩୫ବର୍ଷ ତଳେ ସୁରୁଣ୍ଡି ଗ୍ରାମବାସୀଙ୍କ ଉଦ୍ୟମରେ ମହାନଦୀ ତଟକୁ ଲାଗିରହିଥିବା କୋଡାଢିହ ପାହାଡକୁ ଗ୍ରାମ୍ୟଜଙ୍ଗଲଭାବେ ଏହାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣା କରିଆସୁଛନ୍ତି। ଫଳରେ ଟାଙ୍ଗରା ପାହାଡଟି ବିଭିନ୍ନ ଜଙ୍ଗଲଜାତ ବୃକ୍ଷରେ ପରିପୂର୍ଣ୍ଣ ହେବା ସହ ମହାନଦୀ ତଟକୁ ସୁରକ୍ଷା ଦେଇଆସୁଛି। ଏହା ସହିତ ଗ୍ରାମବାସୀଙ୍କ ମହତ୍ ଉଦେଶ୍ୟରେ ସୃଷ୍ଟି ହୋଇଥିବା ଏକ ଗ୍ରାମ୍ୟ ଜଙ୍ଗଲ ପରିିବେଶ ପାଇଁ ପ୍ରତିକୂଳ ବାତାବରଣ ସୃଷ୍ଟି କରୁଥିବାବେଳେ ଅନ୍ୟ ଗ୍ରାମବାସୀଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଥିଲା। ମାତ୍ର କିଛି ଦୁର୍ବୃତ ଲଗାତାରଭାବେ ଗ୍ରାମ୍ୟ ଜଙ୍ଗଲରୁ ଅବାଧ ଗଛ କାଟିବା ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ପରିଶ୍ରମ ପାଣିରେ ପଡିଛି।ଏଭଳି ଅମାନବୀୟ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୂଷ୍ଠାନ ଗ୍ରହଣ ପାଇଁ ପରିବେଶ ପ୍ରେମୀ ମହଲରୁ ଦାବୀ ହେଉଛି।

- Advertisement -

ଏ ସଂର୍ପକରେ ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ସୋସିଆଲ ମିଡିଆରୁ ଖବର ପାଇ ଷ୍ଟାଫଙ୍କୁ ପଠାଇ କଟା ହୋଇଥିବା କୋଡିଏଟି ଗଛକୁ ଦୁଇଦିନତଳେ ଜବତ କରିଥିଲେ। ଗ୍ରାମବାସୀଙ୍କ ଉଦ୍ୟମରେ ଗଢିଉଠିଥିବା ଏକ ସୁନ୍ଦର ଗ୍ରାମ୍ୟ ଜଙ୍ଗଲକୁ ଦୀର୍ଘ ବର୍ଷ ସୁରକ୍ଷା ଦେବା ପରେ କିଏ କାହିଁକି ଏବଂ କେଉଁ ଉଦେଶ୍ୟରେ ଗଛ କାଟିଲେ ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories