www.samajalive.in
Saturday, December 6, 2025
26.1 C
Bhubaneswar

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କାଲିଠୁ ଟିକା

ଭୁବନେଶ୍ୱର : ପାଠ ପଢ଼଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ବିଦେଶ ଯିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଛାତ୍ରଛାତ୍ରୀ ୧୯୨୯କୁ କଲ୍‍ କରି ରେଜିଷ୍ଟ୍ରସନ୍‍ କରିବା ପରେ ସେମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ। ବିଦେଶକୁ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ରବିବାରଠାରୁ ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।
ସେହିପରି ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ ହେବ। ମୋବାଇଲ୍‍ ଭ୍ୟାନ ପଠାଯାଇ ଆଂଟିଜେନ୍‍ ଏବଂ ଆରଟିପିସିଆର ଟେଷ୍ଟ କରାଯିବ। ମାଛ, ପରିବା ମାର୍କେଟରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା ହେବ। ସାମୁହିକ ଟେଷ୍ଟିଂରେ ସମସ୍ତେ ସହଯୋଗ କରିବାକୁ ବିଏମସି କମିଶନର ନିବଦେନ କରିଛନ୍ତି।
ରାଜ୍ୟ ସରକାରଙ୍କ କରୋନା ସଚେତନତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର କହିଛନ୍ତି ଯେ ରାଜଧାନୀରେ କରୋନା ପଜିଟିଭିଟି ସଂଖ୍ୟା ହ୍ରାସ ପାଇଛି। ଲକଡାଉନ୍‍ ଓ ସଟଡାଉନ୍‍ ପାଇଁ ଏହା ହୋଇପାରିଛି। ବିଏମସି ଅଞ୍ଚଳର ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଂଟିଜେନ ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ।
ଅନ୍ୟପକ୍ଷରେ ଭୁବନେଶ୍ୱର ହସ୍ପିଟାଲରେ ବେଡ ଉପରୁ ଚାପ ହ୍ରାସ ପାଇଥିବା କହିଛନ୍ତି କମିଶନର। ବର୍ତମାନ ୨ହଜାରରୁ ଅଧିକ ବେଡ ଖାଲି ରହିଛି। ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି। ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି। ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି। ଲୋକେ ଫୋନ କରି ବୁକ୍‍ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ। ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି। ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି। ଜୁନ୍‍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ଶ୍ରୀ ସିଂହ କହିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories