ପାଟଣା : କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ମୂଷାପଡ଼ା ଗ୍ରାମରେ ଆଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏକାଠି ହୋଇ ମିଳିତ ଭାବରେ ଗ୍ରାମରେ ସକାଳ ୮ ଘଟିକାରୁ ଚୋରା ମଦ ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ଗ୍ରାମରେ ବିକ୍ରି କରାଯାଉଥିବା ମହୁଲି, ହାଣ୍ଡିଆ, ରସି ଜବତ କରାଯାଇଥିଲା। ଗ୍ରାମର ଶିବ ମୁଣ୍ଡାଙ୍କଠାରୁ ୮ଲିଟର, ରାଉତ ରାୟ ମୁଣ୍ଡାଙ୍କଠାରୁ ୬ଲିଟର, ରାଜୁ ପାତ୍ରଙ୍କଠାରୁ ୯ ଲିଟର ମଦ ଜବତ କରାଯାଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ଦର୍ପଣୀ ନାଏକ କହିଛନ୍ତି ଆଗକୁ ଆମ ଗାଁରେ ମହୁଲି ମଦ ବିକ୍ରି କରିବା ପାଇଁ ଦେବୁନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଅବକାରୀ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅବକାରୀ ବିଭାଗ ଗାଆଁରେ ଚଢାଉ ନକରିବାରୁ ଆମେ ଏଭଳି ପଦକ୍ଷେପ ନେଲୁ ବୋଲି ଗାଆଁର ମହିଳାମାନେ ପ୍ରକାଶ କରିଛନ୍ତି ।
Popular Categories



