www.samajalive.in
Saturday, December 6, 2025
23.1 C
Bhubaneswar

ସ୍ମରଣୀୟ ଅନୁଭୂତି ପାଇଁ ଯାଆନ୍ତୁ ମେଘାଳୟ

ମେଘାଳୟ ଯାହାକୁ ବାଦାଲମାନଙ୍କ ଘର ବୋଲି ମଧ୍ୟ କୁହାଯାଏ। ଏହି ସୁନ୍ଦର ପାର୍ବତୀୟ ରାଜ୍ୟ ଯେଉଁଠାରେ ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା , ବିଭିନ୍ନ ପ୍ରକାରର ଫୁଲ ଏଠାକାର ବିଶେଷତ୍ୱ ଅଟେ। ଏଠାରେ ଏକ ପ୍ରକାର ଆଦିବାସୀ ସମ୍ପଦ୍ରାୟ ଲୋକେ ମଧ୍ୟ ରହିଛନ୍ତି। ଏଠାକୁ ଭ୍ରମଣ ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ। ଜାଣନ୍ତୁ ଏଠାକାର କେତେକ ପ୍ରସିଦ୍ଧ ସ୍ଥାନ ବିଷୟରେ….
ଆପଣ ପ୍ରଥମ ଦିନ ଗୌହାଟି ବିମାନବନ୍ଦର ଠାରେ ଓହ୍ଲାଇ ଶିଲଙ୍ଗକୁ ଯାଆନ୍ତୁ। ଶିଲଙ୍ଗ ଗୌହାଟି ଠାରୁ ପ୍ରାୟ ୧୩୨ କିଲୋମିଟର ଦୂରରେ ଅବସ୍ଥିତ। ଶିଲଙ୍ଗରେ ଆପଣ ୪ ଘଣ୍ଟାରେ ପହଞ୍ଚି ଯିବେ। ଏଠାରେ ଆପଣ ପୋଲୋ ଗ୍ରାଉଣ୍ଡସ ବୁଲିବାକୁ ଯାଇପାରିବେ। ଏହାସହ ଆପଣ ନିକଟରେ ଥିବା ମାର୍କେଟ ଯାଇ ସେଠାରେ ବିଭିନ୍ନ ଖାଦ୍ୟପେୟ ସହ ସପିଂର ମଧ୍ୟ ମଜା ନେଇପାରିବେ।
ଆପଣ ମେଘାଳୟ ଯାତ୍ରାର ଦ୍ୱିତୀୟ ଦିନରେ ଶିଲଙ୍ଗର ଆଖପାଖ ସ୍ଥାନକୁ ବୁଲିବାକୁ ଯାଇପାରିବେ। ଏଠାରେ ଥିବା ୱିଲିୟମସନ ସଙ୍ଗମା ଷ୍ଟେଟ ମ୍ୟୁଜିୟମକୁ ବୁଲିବାକୁ ନିଶ୍ଚୟ ଯାଆନ୍ତୁ। ଏହାସହ ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାକୁ ଚାହୁଁଛନ୍ତି ସହରର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ୱାଡ୍ସ ହ୍ରଦ ବୁଲିପାରିବେ। ଶିଲଙ୍ଗରେ ବହୁତ ଚର୍ଚ୍ଚ ମଧ୍ୟ ରହିଛି, ଯାହାର କାରୁକାର୍ଯ୍ୟ ବେଶ ସୁନ୍ଦର ଅଟେ।
ଶିଲଙ୍ଗ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ମାୱଫଲଙ୍ଗରେ ଥିବା ମାୱଫଲଙ୍ଗ ପବିତ୍ର ଉପବନ ରହିଛି। ଏଠାକାର ଆଦିବାସୀ ମାନଙ୍କ ପାଇଁ ଏହି ସ୍ଥାନ ପୂଜନୀୟ ଅଟେ। ଆପଣ ଏଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ଭିନ୍ନ ଅନୁଭୂତି ପାଇପାରିବେ।
ଆପଣ ନିଜ ଯାତ୍ରାର ତୃତୀୟ ଦିନରେ ଶିଲଙ୍ଗର ନିକଟରେ ଥିବା କେତେକ ମନ୍ଦିର ଯାଇ ବୁଲିପାରିବେ। ଏହାସହ ଆପଣ ଚେରାପୁଞ୍ଜି ମଧ୍ୟ ଭ୍ରମଣ ପାଇଁ ଯାଇପାରିବେ। ଦୁନିଆର ଅନ୍ୟାନ୍ୟ ସ୍ଥାନ ମାନଙ୍କ ମଧ୍ୟରୁ ଏଠାରେ ଅଧିକ ବର୍ଷା ହୁଏ। ଗଛର ବିଭିନ୍ନ ଅଂଶରୁ ଫୁଟିଥିବା ଫୁଲ ଏଠାକାର ମୁଖ୍ୟ ଆକର୍ଷଣ।
ଶିଲଙ୍ଗର ଏହି ସବୁ ସ୍ଥାନ ବ୍ୟତୀତ ଆପଣ ଉମିୟମ ହ୍ରଦ ବୁଲିବାକୁ ଯାଇପାରିବେ। ଏଠାକାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ମନମୁଗ୍ଧ କରିଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories