www.samajalive.in
Saturday, December 6, 2025
26.1 C
Bhubaneswar

ପାହାଡ଼ିଆ ସ୍ଥାନ ମନମୁଗ୍ଧକର ପରିବେଶ ଅଟେ ଏହି ପର୍ଯ୍ୟଟନସ୍ଥଳୀ

ନୈନିତାଲ, ଗୋଆ ଭଳି ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟ କାରଣ ହେତୁ ଲୋକେ ଏଠାକୁ ଭ୍ରମଣ ପାଇଁ ଯାଇଥାଆନ୍ତି। ମାତ୍ର ଏହି ସବୁ ସ୍ଥାନ ବ୍ୟତୀତ ଆପଣ ଯଦି ବୁଲିବାକୁ ଅଲଗା କେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ତେବେ ‘କୁନ୍ତୀ ବେଟା’ ନିଶ୍ଚୟ ବୁଲିବାକୁ ଯାଆନ୍ତୁ। କର୍ଣ୍ଣାଟକର ମାଣ୍ଡବା ଜିଲାର ପାଣ୍ଡବପୁରାରେ ଥିବା ଏହି ପାହାଡ଼ିଆ ସ୍ଥାନ ମନମୁଗ୍ଧକର ପରିବେଶ ଅଟେ। ଏଠାରେ ଆପଣ ପ୍ରକୃତିର ବହୁ ରୂପ ଦେଖିବାକୁ ପାଇବେ। ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତର କିରଣ ଯେତେବେଳେ ପାହାଡ଼ ଉପରେ ପଡ଼େ ଚକ୍ଷୁକୁ ପ୍ରକୃତି ଏକ ଭିନ୍ନ ସୁନ୍ଦର ରୂପରେ ଦେଖାଯାଏ। ବହୁଥିବା ପବନରେ ମନରେ ଏକ ଆଶ୍ଚର୍ଯ୍ୟଜନକ ଶାନ୍ତି ଆସିଥାଏ।
କୁନ୍ତୀ ବେଟା ଏକ ପଥରର ପାହାଡ଼ ଅଟେ। ଏହାର ଆଖପାଖରେ ଆଖୁ ଓ ଧାନ କ୍ଷେତ ରହିଛି। ଏଠାରେ ପାଗ ମଧ୍ୟ ଖୁବ ଭଲ ରହେ। ଏହି ପାହାଡ଼ର ପାଦଦେଶରେ କୁନ୍ତୀ କୁଣ୍ଡ ଝରଣା ରହିଛି। ଯାହା ପାହାଡ଼ରୁ ଖୁବ ସୁନ୍ଦର ଦେଖାଯାଏ। ସେଭଳି ଠିକ ଯେତେବେଳେ ସୂର୍ଯ୍ୟଙ୍କ କିରଣ ଏହି ଝରଣା ପାଣିରେ ପଡ଼େ ତାହା ଏହାର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଦେଇଥାଏ। ଏହି ସ୍ଥାନର ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ଅଛି। କୁହାଯାଏ ଯେ, ପାଣ୍ଡବ ନିଜ ରାଜ୍ୟ ଛାଡ଼ିବା ପରେ ଏଠାରେ କିଛି ସମୟ ରହିଥିଲେ। ଏହି ପାହାଡ଼ର ତଳେ ଏକ ମନ୍ଦିର ରହିଛି। ସେହି ମନ୍ଦିରରେ କୁନ୍ତୀ ପୂଜା କରିବା ପାଇଁ ଯାଉଥିଲେ। ତାଙ୍କ ନାମ ଅନୁଯାୟୀ ଏହି ପାହାଡ଼ର ନାମ ଏପରି ହୋଇଛି ବୋଲି କୁହାଯାଏ। ଏହିସ୍ଥାନକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସି ବେଶ ମଜା ନେଇଥାଆନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories