www.samajalive.in
Tuesday, December 9, 2025
26.1 C
Bhubaneswar

ଯାଦୁ ଦୁନିଆର ଏକ ଅଂଶ – ‘ବ୍ଲେଡ୍‌ ଆଇଲ୍ୟାଣ୍ଡ’

ଯଦି ଆପଣ ଭ୍ରମଣ ପ୍ରେମୀ ତେବେ ଦୁନିଆରେ ଏପରି ବହୁ ସ୍ଥାନ ରହିଛି ଯାହା ଆପଣଙ୍କୁ ରହସ୍ୟରୁ କମ ଲାଗିବନି। ସେହିପରି କେତେକ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ସ୍ଲୋବେନିଆର ବ୍ଲେଡ଼ ଆଇଲ୍ୟାଣ୍ଡ (ଦ୍ୱୀପ)। ଏହି ସ୍ଥାନର ଚାରିପାଖରେ ଘଞ୍ଚ ଜଙ୍ଗଲ, ପାହାଡ଼ ଏବଂ ସମୁଦ୍ର ଘେରି ହୋଇ ରହିଛି। ଏହି ସୁନ୍ଦର ଆଇଲ୍ୟାଣ୍ଡ ଆପଣଙ୍କୁ ଯାଦୁ ଦୁନିଆର ଏକ ଅଂଶ ବୋଲି ଅନୁଭବ ହେବ। ଏହି ଆଇଲ୍ୟାଣ୍ଡର ମଧ୍ୟ ଭାଗରେ ବହୁ ପୁରାତନ ଚର୍ଚ୍ଚ ରହିଛି। ଆଇଲ୍ୟାଣ୍ଡର ଆଖପାଖରେ କେତେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହାକୁ ବୁଲିବାକୁ ଆପଣଙ୍କୁ ୨ରୁ ୩ ଘଣ୍ଟା ସମୟ ଲାଗିବ।
ଏହି ବ୍ଲେଡ଼ ଆଇଲ୍ୟାଣ୍ଡରେ ସୁନ୍ଦର ଝରଣା ରହିଛି। ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ ପାଇଁ ଆସିଥାଆନ୍ତି। ବ୍ଲେଡ଼ ଆଇଲ୍ୟାଣ୍ଡ, ବ୍ଲେଡ଼  ହ୍ରଦ ନାମରେ ମଧ୍ୟ ବେଶ ଜଣାଶୁଣା।  ଏହି ସ୍ଥାନକୁ ଦେଖିଲେ  ମନେହୁଏ, ପ୍ରକୃତି ତା’ର ସୌନ୍ଦର୍ଯ୍ୟ ଏଠାରେ ଅର୍ପଣ କରିଦେଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆପଣ ନିଜର ଛୁଟି ଦିନକୁ ସ୍ମରଣୀୟ କରିବା ପାଇଁ ଏହି ସ୍ଥାନକୁ ନିଶ୍ଚୟ ବୁଲିବାକୁ ଯାଆନ୍ତୁ। ପ୍ରତିବର୍ଷ ହଜାର ହଜାର ଲୋକେ ନିଜ ଛୁଟି ଦିନ ବିତାଇବାକୁ ଏଠାକୁ ଆସିଥାଆନ୍ତି। ଏହି ଆଇଲ୍ୟାଣ୍ଡରେ ବ୍ଲେଡ଼ ସହର ରହିଛି। ଆଇଲ୍ୟାଣ୍ଡର ଝରଣା ନିକଟରେ ହୋଟେଲ ମଧ୍ୟ ରହିଛି। ଯେଉଁଠାରେ ରହି ଆପଣ ଭୋଜନ କରିବା ସମୟରେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ।
ଏହି ସ୍ଥାନ ଜର୍ମାନୀର ଜୁଲିଆନ ଆଲପସ ଠାରେ ଅବସ୍ଥିତ। ଗମନାଗମନ ଦୃଷ୍ଟିରୁ ଆପଣ ଜର୍ମାନୀରେ ବିମାନ ମାଧ୍ୟମରେ ପହଞ୍ଚି ପାରିବେ। ସେଠାରେ ଟୁରିଷ୍ଟ ଗାଇଡ଼ଙ୍କ ସହାୟତାରେ ଆପଣ ଏହି ଆଇଲ୍ୟାଣ୍ଡରେ ପହଞ୍ଚି ପାରିବେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories