www.samajalive.in
Sunday, December 7, 2025
26.1 C
Bhubaneswar

କିନ୍ନରଙ୍କ ଆର୍ଥିକ ସ୍ଥିତି ଦୁର୍ବଳ, ପ୍ରତିକାର ପାଇଁ ସରକାର ଧ୍ୟାନ ଦିଅନ୍ତୁ

ସମାଜ ପୋର୍ଟାଲ୍‌ ଡେସ୍କ: କରୋନା ମହାମାରୀ କିନ୍ନର ସମ୍ପ୍ରଦାୟ ମଧ୍ୟରେ ଅନେକ ଚିନ୍ତା, ଭୟ ଓ ବିଚ୍ଛିନ୍ନତା ସୃଷ୍ଟି କରିଛି, ଯେଉଁମାନେ ନିଜ ପରିବାରଠାରୁ ଦୂରରେ ରହିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ସାରା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିବାବେଳେ ଏହା କିନ୍ନର ସମ୍ପ୍ରଦାୟର ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ସେମାନଙ୍କ ଭବିଷ୍ୟତକୁ ନେଇ ସେମାନେ ଭୟଭୀତ କିନ୍ତୁ ସମସ୍ୟାର ସମାଧାନ ପାଇଁ ସମାଜର ସାମୂହିକ ଚେତନା ବଢାଇବା ଦରକାର। ସାମାଜିକ କଳଙ୍କ ଏବଂ ଭେଦଭାବ ଯୋଗୁ ବହୁ ପ୍ରତିବନ୍ଧକ ସମ୍ମୁଖୀନ ପଡୁଛି। କିନ୍ନର ଭାବେ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କାକୁ ଏଡାଇବା ପାଇଁ ଜଣେ ଅଧିକ ପ୍ରସ୍ତୁତ ହେବା ଆବଶ୍ୟକ ଏବଂ ଏହା ବିଶେଷ ଜରୁରୀ ଅଟେ କାରଣ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସହିତ ମୌଳିକ ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ ଜାରି ରଖିଥିବା କିନ୍ନରମାନେ ଖାଦ୍ୟ, ପାନୀୟ ଏବଂ ପରିମଳ ପରି ଅନ୍ୟାନ୍ୟ ଜରୁରୀ ଅଧିକାର ପାଇବାରୁ ବଞ୍ଚିତ ରହିଛନ୍ତି ଏବଂ ସେମାନଙ୍କ ଆର୍ଥିକ ପରିସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। କିନ୍ନରମାନେ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଉଭୟ ଶାରୀରିକ ଏବଂ ମାନସିକ କଷ୍ଟ ପାଉଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରିବା ଦରକାର। ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ସେମାନେ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ସହଯୋଗ ପ୍ରଦାନ କରିବେ। ଏଥିପାଇଁ ସେମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ନିବେଦନ ଆବଶ୍ୟକ ବୋଲି କୋଭିଡ୍ -୧୯ ରାଜ୍ୟର ମହାମାରୀ ସମୟରେ ବିପର୍ଯ୍ୟୟ ପ୍ରଶମନ ସହ ଜଡିତ ସମସ୍ତ ନୀତି ତଥା କାର୍ଯ୍ୟରେ କିନ୍ନରମାନଙ୍କୁ ସୁପ୍ରିମ୍ କୋର୍ଟ ରାୟ ଅନୁଯାୟୀ ଏକ ଗୋଷ୍ଠୀ ଭାବରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯାହା ଏପ୍ରିଲ୍ ୧୫ରେ କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଘୋଷଣା କରିବା ଏବଂ ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାର ସେମାନଙ୍କ ପାଇଁ ସମାନ ପ୍ରଯୁଜ୍ୟ ହେବ ବୋଲି ବୁଧବାର ସୁପ୍ରିମ୍ କୋର୍ଟର ଏପ୍ରିଲ୍‌ ୧୫ ରାୟର ଷଷ୍ଠ ବାର୍ଷିକ ସେଣ୍ଟର ଫର ଆଡଭୋକେସୀ ଆଣ୍ଡ ରିସର୍ଚ୍ଚ (ସିଏଫଏ ଆର) ଏବଂ ଏହାର ସହଯୋଗୀ ଅନୁଷ୍ଠାନ ‘ସଖା’ ପାଳନ କରାଯାଇଛି। ଏହି ଅବସରରେ ସିଏଫଏ ଆର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଖିଲା ସିଭାଦାସ କହିଛନ୍ତି ଯେ ସେବା ଏବଂ ଅଧିକାର ମଧ୍ୟରେ କିନ୍ନର ଅନ୍ତର୍ଭୁକ୍ତ। ଏବେ କୋରନା ମହାମାରୀ ପୁଣି ଥରେ ସାମାଜିକ ବହିଷ୍କାର ଏବଂ ଲିଙ୍ଗଗତ ଅସମାନତାର ମୂଲ୍ୟକୁ ସାମ୍ନାକୁ ଆଣିଛି। ଏହାର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବା ଦରକାର। ‘ସଖା’ର ପ୍ରତିଷ୍ଠାତା ମିରା ପରିଡା କହିଛନ୍ତି ଯେ କୋଭିଡ୍‌ ୧୯ ଆମକୁ ସେହି ସମୟକୁ ଫେରାଇ ଆଣିଛି ଯେତେବେଳେ ଆମେ ଆମର ପରିଚୟ ସହ କଥା ହେବା, ଶୁଣିବା ଏବଂ ଏଚ୍‌ଆଇଭି ଭଳି ଜୀବନ ପ୍ରତି ବିପଦରୁ ନିଜକୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଥିଲୁ। ଏବେ ଆମର ଆର୍ଥିକ ସ୍ଥିତି ଦୁର୍ବଳ। ଏହି ସମସ୍ୟା ସମାଧାନ କରବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି। ସିଏଫଏ ଆର କ୍ଷେତ୍ରୀୟ ସଂଯୋଜିକା ଆଶିଷା ବେହେରା, କଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସର ସାମାଜିକ ବିକାଶ ଅଧିକାରୀ ସାଧନା ମିଶ୍ର, ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଓଲା କ୍ୟାବ ଡ୍ରାଇଭର ମେଘନା ପ୍ରମୁଖ କରୋନା ଭୂତାଣୁ ଯୋଗୁ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଥିବାରୁ କିନ୍ନର ସମ୍ପ୍ରଦାୟ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଆଲୋଚନା କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories