www.samajalive.in
Wednesday, December 10, 2025
17.1 C
Bhubaneswar

ଜୀବନ କୌଶଳ ଶିକ୍ଷା ସମ୍ବନ୍ଧୀୟ ତାଲିମ୍‍ ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବାଲନ୍ଦାପଡା, ଲୁଇସିଙ୍ଗି, କୁଏରମାଣ୍ଡୁ ଓ ପାହିରାଜୁ ଅଂଚଳର ୪୦ ଜଣ କିଶୋରୀ ବାଳିକାଙ୍କୁ ନେଇ ୨ ଦିନିଆ ଜୀବନ କୌଶଳ ଶିକ୍ଷା ସମ୍ବନ୍ଧୀୟ ତାଲିମ୍‍ ଆୟୋଜିତ ହୋଇଯାଇଛି। ଅନୁଷ୍ଠିତ ତାଲିମ୍‍ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କର ଅଧିକାର, ଯୌନ ପ୍ରଜନନ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା, ଫଳପ୍ରଦ ଯୋଗାଯୋଗ, ଆବେଗ ଜନିତ ଶିକ୍ଷା, ହିଂସା ଓ ଏହାର ପ୍ରକାର ଭେଦ ଇତ୍ୟାଦି ବିଷୟକୁ ଗୁରୁତ୍ୱ ଦେଇ କିଶୋରୀମାନେ ଆଗାମୀ ଦିନରେ କିପରି ସୁସଂଗଠିତ ହୋଇ ବାଲ୍ୟ ବିବାହ ଓ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକି ପାରିବେ ତାହା ପ୍ରୟାସ କରାଯାଇଥିଲା। ତାଲିମର ଉଦ୍‍ଯାପନି ଦିବସରେ ଫିରିଙ୍ଗିଆ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ଯୋଗଦେଇ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ବିଭିନ୍ନ ସୁବିଧା ସୁଯୋଗକୁ ହାତେଇ ପାରିବେ ତା ଉପରେ ଗୁରୁତ୍ୱ ଦେଇଥିଲେ। କିଶୋରୀ ସ୍ୱାସ୍ଥ୍ୟ ଦିବସରେ ଅଧିକରୁ ଅଧିକ ଯୋଗଦାନ କରି ସ୍ୱାସ୍ଥ୍ୟ ସମ୍ପର୍କୀତ ଶିକ୍ଷା ଗ୍ରହଣ କରିବା ସହିତ ରକ୍ତହୀନତା ଦୂର କରିବା ପାଇଁ ଲୈାହ ବଟିକା ନିୟମିତ ସେବନ ନିମନ୍ତେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ଧଗଡ ସେକ୍ଟରର ସୁପରଭାଇଜର ସଜିତା ସାହୁ, ସ୍ୱାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ ପ୍ରମୁଖ ତାଲିମାର୍ଥୀ ମାନଙ୍କୁ ଜୀବନରେ ବିଭିନ୍ନ ସମୟରେ ଆସୁଥିବା ସଙ୍କଟ ଓ ମହିଳା ମାନଙ୍କ ଦାୟିତ୍ୱକୁ କିଭଳି ତୁଲାଇବାକୁ ହୁଏ ତାହା ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ନିକଟରୁ ଶିଖିବା ନିମନ୍ତେ ପରାମର୍ଶ ଦେଇଥିଲେ। ତାଲିମ୍‍ ଦାତା ଭାବରେ ସସ୍ମିତା ବେହେରା, ସରସ୍ୱତୀ ବିନ୍ଧାଣୀ, ପ୍ରଦୀପ କୁମାର ସ୍ୱାଇଁ ଓ ବିଶ୍ୱରଞ୍ଜନ କର ତାଲିମ୍‍ ପ୍ରଦା କରିଥିବା ବେଳେ ନିହାରିକା ବେହେରା ତାଲିମ୍‍ ପରିଚାଳନା କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏ, କୋଲକାତାଙ୍କ ମିଳିତ ସହଯୋଗରେ ଏହି ତାଲିମ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories