www.samajalive.in
Sunday, December 7, 2025
13.1 C
Bhubaneswar

ଭୟଙ୍କର ବାହାନଗା ଦୁର୍ଘଟଣା ; ୧୨ଟି ଟ୍ରେନ୍‌‌ ବାତିଲ ; ୪ଟି ଟ୍ରେନ୍‌‌ର ରୁଟ୍‌‌ ପରିବର୍ତ୍ତନ

ଭୁବନେଶ୍ୱର: ବାହାନଗା ନିକଟରେ ଟ୍ରେନ୍‌‌ ଦୁର୍ଘଟଣା ଯୋଗୁଁ ଆଜି ଓ କାଲି ପାଇଁ ୧୨ଟି ଟ୍ରେନ୍‌‌ ବାତିଲ କରାଯାଇଥିବା ବେଳେ ୪ଟି ଟ୍ରେନ୍‌‌ର ରୁଟ୍‌‌ ପରିବର୍ତ୍ତନ କରାଯାଇଛି। ୧୮୦୩୭ ଖଡଗପୁର-ଯାଜପୁର କେନ୍ଦୁଝର ଏକ୍ସପ୍ରେସ ବାତିଲ, ହାୱାଡା-ଏର୍ନାକୁଲମ୍‌‌ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ବାତିଲ, ହାୱଡା-ଭଦ୍ରକ, ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ, ହାଇଦ୍ରାବାଦ-ଶାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ ବାତିଲ ହୋଇଛି। କାଲି ଯାଏଁ ଯାଜପୁର କେନ୍ଦୁଝର ରୋଡ୍‌‌-ଖଡଗପୁର ଏକ୍ସପ୍ରେସ ବାତିଲ, ଚେନ୍ନାଇ-ହାୱଡ଼ା ସୁପରଫାଷ୍ଟ, ପୁରୀ-ଡେରାଡୁନ୍‌‌ ଏକ୍ସପ୍ରେସ ବାତିଲ, କାଲି ଭଦ୍ରକ-ହାୱଡା ଏକ୍ସପ୍ରେସ, ପାଟଣା-ପୁରୀ ଏକ୍ସପ୍ରେସ ବାତିଲ,ପୁରୀ-ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି। କନ୍ୟାକୁମାରୀ-ଦିବ୍ରୁଗଡ ବିବେକ ଏକ୍ସପ୍ରେସ ଟିଟିଲାଗଡ ଦେଇ ଯିବ। ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ ସମ୍ବଲପୁର ସିଟି ଦେଇ ଯିବ। ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଯଖପୁରା ଦେଇ ଯିବ। ପୁରୀ-କାମାକ୍ଷା ଏକ୍ସପ୍ରେସ କଟକ-ସମ୍ବଲପୁର-ଝାରସୁଗୁଡା ଦେଇ ଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories