www.samajalive.in
Sunday, December 7, 2025
16.1 C
Bhubaneswar

ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: ବାହାନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକ ହେଲା ମାଡ୍ରାସ୍‌-ହାୱଡା ମେଲ, ପୁରୁଷୋତ୍ତମ ଏକ୍ସପ୍ରେସ, ତମ୍ବାରାମରୁ ତିନିସୁତିଆ, ଗୋଆ ଭାସ୍କୋଡାଗାମାରୁ ହାୱଡା, ସିକନ୍ଧରାବାଦ-ସଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ, କରମଣ୍ଡଳ, ହାୱଡା-ପୁରୀ, ହାୱଡା ମହିସୁର ସ୍ପେସାଲ । ଏଥିପାଇଁ ବର୍ତ୍ତମାନ କେନ୍ଦୁଝର ଷ୍ଟେସନ ଠାରେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହି ରାସ୍ତା ଦେଇ ସୁଗମ ଚଳାଚଳ ବ୍ୟବସ୍ଥା ହେବା ପର୍ୟ୍ୟନ୍ତ ଏହି ଟ୍ରେନ ଗୁଡିକ କେନ୍ଦୁଝର ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories