www.samajalive.in
Sunday, December 14, 2025
16.1 C
Bhubaneswar

୫ ଜିଲାରେ ମୁତୟନ ହେବେ ୫୦୦ ଟ୍ରାଫିକ ଓ୍ବାର୍ଡେନ

ଭୁବନେଶ୍ଵର: କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାରେ ମୁତୟନ ହେବେ ୫୦୦ ଟ୍ରାଫିକ ଓ୍ବାର୍ଡେନ। ଏହି ଜିଲାଗୁଡ଼ିକରେ ବୃଦ୍ଧି ପାଉଥିବା ଦୁର୍ଘଟଣା ହ୍ରାସ ଲାଗି ଟ୍ରାଫିକ ଓ୍ବାର୍ଡେନ ମୁତୟନ କରାଯିବେ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ସଡକ ଦୁର୍ଘଟଣା କମାଇବା, ଟ୍ରାଫିକ୍ ନିୟମର କଡ଼ା କାର୍ଯ୍ୟାନ୍ବୟନ, ଜାତୀୟ ରାଜପଥ ପାଟ୍ରୋଲିଂ, ସିସିଟିଭି ନିରୀକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଏବଂ ସ୍କୁଲ-କଲେଜ ସ୍ତରରେ ସଡ଼କ ସୁରକ୍ଷା ଶିକ୍ଷା ଆଦି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

ଜିଲ୍ଲା ଏସପିମାନେ ୱାର୍ଡେନମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ ଏବଂ ସେମାନଙ୍କୁ ଟ୍ରାଫିକ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦିଆଯିବ ବୋଲି ଡିଜିପି ସୂଚନା ଦେଇଥିଲେ। ଏହାସହ ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଏବଂ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରିବା ଉପରେ ଡିଜିପି ଗୁରୁତ୍ଵାରୋପ କରିଥିଲେ। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ମଧ୍ୟ ସେ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେପରୁଆ ଗାଡିଚାଳନା ଦ୍ଵାରା ସାଧାରଣ ଲୋକଟିଏ ଯେପରି ଦୁର୍ଘଟଣାର ଶିକାର ନ ହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଆରଟିଓ, ପୁଲିସ ଏବଂ ଅନ୍ୟ ବିଭାଗର କର୍ମଚାରୀମାନେ ଦୁର୍ଘଟଣାରେ ସାଧାରଣ ଲୋକଙ୍କ ଜୀବନହାନୀ ରୋକିବାକୁ ସମ୍ମିଳିତ ଉଦ୍ୟମ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।

- Advertisement -

ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ, ଜାତୀୟ ରାଜପଥରେ ପାଟ୍ରୋଲିଂ, ଫୁଟ ଓଭରବ୍ରିଜ ଏବଂ ଅଣ୍ଡର ପାସରେ ଲୋକଙ୍କ ଯାତାୟତକୁ ସୁନିଶ୍ଚିତ, ନିଶାସକ୍ତ ଗାଡିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଗାଡି ଚଳାଇବା ସମୟରେ ସିଟବେଲ୍ଟ ଏବଂ ହେଲମେଟ ପିନ୍ଧିବାକୁ ସୁନିଶ୍ଚିତ, ଜାତୀୟ ରାଜପଥ ପାର୍ଶ୍ଵରେ ଛିଡାହୋଇ ରହିଥିବା ଭାରୀଯାନ ଉପରେ କଡା କାର୍ଯ୍ୟାନୁଷ୍ଠାନ, ଜାତୀୟ ରାଜପଥ ଉପରେ ଦୁର୍ଘଟଣା ମୃତ୍ୟୁହାର କମାଇବା ପାଇଁ ଆମ୍ବୁଲାନ୍ସ ମୁତୟନ ଆଦି ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଉପକୂଳ ଏବଂ ରେଳବାଇ ସୁରକ୍ଷା) ଅରୁଣ ବୋଥ୍ରା, ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତିଙ୍କ ସମେତ ରାଜ୍ୟ ପରିବହନ ପ୍ରାଧିକରଣର ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ଆଭାସୀ ମାଧ୍ୟମରେ ଆଇଜି(କେନ୍ଦ୍ରାଞ୍ଚଳ) ଏସ ପ୍ରବୀଣ କୁମାର,  ଆଇଜି (ଦକ୍ଷିଣାଞ୍ଚଳ)  ନୀତି ଶେଖର, ଡିଆଇଜି (ପୂର୍ବାଞ୍ଚଳ) ଡା ସତ୍ୟଜିତ ନାୟକ, ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ  ଏବଂ ସମସ୍ତ ଜିଲ୍ଲାର ଏସପିମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories