ବାଲେଶ୍ବର : ଘୋଡା ଛଅକୁ ଦାନା ନଅ। ଟ୍ରାଫିକ ନିୟମ ଉଂଲଘନ ଅଭିଯୋଗରେ ବାଲେଶ୍ୱରରେ ଏକ ବସ ଉପରେ ବଡ଼ ଧରଣର ଜୋରିମାନା ଲାଗୁ କରାଯାଇଛି। ପରିବହନ ବିଭାଗ ପକ୍ଷରୁ ସେହି ବସ ଉପରେ ପ୍ରାୟ ସାଢେ ୧୩ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ଏହି ବସ ନାମରେ ପୂର୍ବରୁ ୧୨ଲକ୍ଷରୁ ଅଧିକ ଟଙ୍କାର ଟ୍ୟାକ୍ସ ବାକି ରହିଥିବା ବେଳେ ଆଜିର ଜୋରିମାନା ମିଶାଇ ୧୩ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। କଟକରୁ ୱାରେଂଟ ଜାରି ହେବା ପରେ ବସକୁ ସିଜ କରାଯାଇଛି। ପୂର୍ବରୁ ଏହି ବସକୁ ଦୁଇ ଥର ସିଜ କରାଯାଇଥିଲା।
Popular Categories



