www.samajalive.in
Saturday, December 6, 2025
26.1 C
Bhubaneswar

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ: ବରିଷ୍ଠ ଆଇନଜୀବୀ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ବିପିନ ବିହାରୀ ରଥଙ୍କର ଶନିବାର ପରଲୋକ ଘଟିଛି। ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା।

୧୯୩୦ ନଭେମ୍ବର ୨୯ରେ ଗଞ୍ଜାମ ଜିଲା କୃପାସିନ୍ଧୁପୁର ଶାସନରେ ଜନ୍ମିତ ଶ୍ରୀ ରଥ ଜଣେ ଲେଖକ ମଧ୍ୟ ଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ଗାନ୍ଧିଜୀଙ୍କ ତତ୍ଵାବଧାନରେ ସେବାଗ୍ରାମସ୍ଥିତ ଗାନ୍ଧୀ ଆଶ୍ରମରେ ‘ବାନର ସେନା’ ପ୍ରଶିକ୍ଷଣ ନେବା ସହିତ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ୧୯୪୨ ଅଗଷ୍ଟ ୧୦ ତାରିଖରେ ବ୍ରହ୍ମପୁର ପୋଷ୍ଟ ଅଫିସଠାରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇ ପିକେଟିଂ କରିବା ସମୟରେ ବ୍ରିଟିଶ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ୧୯୬୧ରେ ଶ୍ରୀ ରଥ ଆଡ୍‌ଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓକିଲାତି ବ୍ୟତୀତ ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ। ୧୦୬୮ରୁ ୧୯୭୭ ପର୍ଯ୍ୟନ୍ତ ସେ ଫରୱାର୍ଡ ବ୍ଲକ ଓଡ଼ିଶା ଶାଖାର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ୧୯୯୦-୯୫ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ଉପସଭାପତି ଏବଂ ୧୯୯୯-୨୦୧୦ ପର୍ଯ୍ୟନ୍ତ ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଥିଲେ। ଶ୍ରୀ ରଥଙ୍କ ପୁଅ ବିଶ୍ଵନାଥ ରଥ ବର୍ତ୍ତମାନ ହାଇକୋର୍ଟର ବିଚାରପତି ଅଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories