କଣ୍ଟାବାଞ୍ଝି: ବନାଞ୍ଚଳ ରେଞ୍ଜ ତରଫରୁ ପଣ୍ଡରେନ ଅଞ୍ଚଳ ଠେଙ୍ଗାଯୋର ଗ୍ରାମ ଜଙ୍ଗଲରେ ଏକ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏହି ଘଟଣାରେ ପଣ୍ଡରେନ ଗ୍ରାମର ଲକ୍ଷ୍ମୀଧର ନାଗ (୬୫) ଓ ଟ୍ରାକ୍ଟର ଡ୍ରାଇଭର କପିଲାଭଟା ଗ୍ରାମର ଲକ୍ଷ୍ଣଣ ହଂସ (୩୦) କୁ ଗିରଫ କରାଯାଇଛି । ଏହି ଚଢ଼ଉରେ କଣ୍ଟାବାଞ୍ଜି ବନାଞ୍ଚଳ ଡେପୁଟି ରେଞ୍ଜର ସାଧୁ ପ୍ରଧାନ, ଫରେଷ୍ଟର ବିନୋଦ ଧରୁଆ, ଫରେଷ୍ଟର ଆଦିତ୍ୟ ମିଶ୍ରଙ୍କ ବନବିଭାଗ ପାରା ଫୋର୍ସ ପାଟ୍ରୋଲିଂ ଦଳ ସାମିଲ ଥିଲେ। ଅନୁରୂପ ଭାବରେ ଗଛକଟା ଘଟଣାରେ ଲର୍କି ଗ୍ରାମର ବେଣୁଧର ମେହେର (୨୪) ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ମୋଟର ସାଇକେଲ ହିରୋହୋଣ୍ଡା ଜବତ କରାଯାଇଛି । ଉଭୟ କେସର ଅଭିଯୁକ୍ତ ଙ୍କର ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି ।
Popular Categories



