www.samajalive.in
Saturday, December 6, 2025
23.1 C
Bhubaneswar

ନବରଙ୍ଗପୁର ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା ଓ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର: ପ୍ରଥମଥର ପାଇଁ ନବରଙ୍ଗପୁର ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ବିରାଟ ଟ୍ରାକ୍ଟର ଶୋଭାଯାତ୍ରା କରାଯାଇଛି। ଚାଉଁରିଆଗୁଡା ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହା କରାଯାଇଥିବା ବେଳେ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ଟ୍ରାକ୍ଟର ଭାଗନେଇଥିଲେ। ପରେ ଜିଲାପାଳଙ୍କର କାର୍ଯ୍ୟାଳୟ ପହଞ୍ଚିବା ପରେ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କର୍ମକର୍ତ୍ତାମାନେ ସମ୍ମୁଖରେ ଧାରଣା ଦେବା ସହ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ସଂଘର ମାଲିକ, ଡ୍ରାଇଭର ସମେତ ବିଜେପି, କଂଗ୍ରେସ ଓ ବିଜେଡିର ବିଭିନ୍ନ କର୍ମକର୍ତ୍ତା ଏହି ସଂଘକୁ ସମର୍ଥନ ଜଣାଇ କିଛି ସମୟ ମୁଖ୍ୟ ଫାଟକ ନିକଟରେ ଧାରଣାରେ ବସିଥିଲେ। ଜିଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ଏକ ୨୦ଜଣିଆ ପ୍ରତିନିଧି ଦଳ ଜିଲାପାଳଙ୍କ ସହ ଦେଢଘଣ୍ଟାଧରି ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ଜିଲାପାଳ ଡଃ. ଅଜିତ କୁମାର ମିଶ୍ର ସ୍ଥାନୀୟ ସମସ୍ୟାର ସମାଧାନ ସେ ନିଜେ କରି ଦେବେ ଓ ଯାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତାହା ତାଙ୍କ କ୍ଷମତା ପରିସରଭୂକ୍ତ ନୁହେଁ ବୋଲି କହିଥିଲେ। କୃଷି କାର୍ଯ୍ୟ ହେଉ କିମ୍ବା ସରକାରୀ, ବେସରକାରୀ କୋଠାବାଡି ନିର୍ମାଣ ଓ ଉନ୍ନୟନ କାର୍ଯ୍ୟରେ ଟ୍ରାକ୍ଟର ହେଉଛି ମାଲ ପରିବହନର ଏକ ମାଧ୍ୟମ। ଜିଲାରେ ଶିକ୍ଷା ହାର ବହୁ କମ। ଗ୍ରାମାଞ୍ଚଳରେ ଲୋକମାନେ ଆର୍ଥୀକ ସ୍ଥିତିରେ ଏତେଟା ଉନ୍ନତ ନୁହଁନ୍ତି। ଅନ୍ୟ ରାଜ୍ୟକୁ ଦାଦନ ଓ ନିର୍ମାଣ କାର୍ଯକୁ ନଯାଇ କଅଷି କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟରରେ ଡ୍ରାଇଭର ହୋଇ ପରେ ସେମାନେ ଟ୍ରାକ୍ଟର ଡ୍ରାଇଭର ମାନେ କାର୍ଯ୍ୟକରି ମାଲିକମାନଙ୍କର ଠାରୁ ମାସିକ ୫ରୁ ୬ ହଜାରଟଙ୍କ ଦରମା ପାଉଛନ୍ତି।

ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିବା ପରେ ପରୀକ୍ଷା ସମୟରେ ଇଂରାଜୀର ପ୍ରଶ୍ନ ଉପରେ ସଠିକ ଉତ୍ତର ଦେବାରେ ସମସ୍ୟା ଭୋଗି ଲାଇସେନ୍ସ ପାଇବାରୁ ବଞ୍ଚିତ ହେଉଛନ୍ତି। ପେଟ ପାଇଁ ରୋଜଗାର ଆଶାରେ ଡ୍ରାଇଭର ସାଜିଥିବା ଲୋକଟି ରାସସ୍ତାଘାଟରେ ଯାଞ୍ଚ ସମୟରେ ୨ ହଜାରଟଙ୍କା ଫାଇନ ଦେବାକୁପଡୁଛି।ମାସରେ ଦୁଇଥର ଧରାପଡେ ତେବେ ତାହାର ମାସକ ରୋଜଗାର ଚାଲି ଯାଉଛି। ଏନେଇ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସମୟରେ ଓଡିଆ କରାଯାଉ ଓ ସରଳୀକରଣ କରାଯାଇ ସାମୂହିକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉ ବୋଲି ଜଣାଇଛନ୍ତି। ଟ୍ରାକ୍ଟର ଡ୍ରାଇଭର ମାନଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରାଯାଉ ଏହା ଦ୍ୱାରା ଡ୍ରାଇଭର ମାନେ ସୁବିଧାରେ ଲାଇସେନ୍ସ ପାଇ ପାରିବେ ବୋଲି ଦର୍ଶାଇଛନ୍ତି। ସେହିଭଳି ଚାଷ କାର୍ଯ୍ୟ ସହ ବାଲି, ଗୋଡି, ଇଟା, ପଥର, ମେଟାଲ ଆଦି ଟ୍ରାକ୍ଟରଗୁଡିକରରେ ପରିବହନ ହେଉଛିି। କେତେକ ବାଲି ଘାଟ ଓ ପଥର ଖାଦାନ ଗୁଡିକ ନିଲାମ ନହୋଇ ପଡି ରହିଛି। ନିଲାମ ଘାଟ ଗୁଡିକ ନିଲାମ ଧାରୀଙ୍କ ସହ ଚୁକ୍ତି ହୋଇ ନଥିବାରୁ ମାସ ମାସ ଧରି ରୟାଲିଟି ମିଳୁନାହିଁ। ରୟାଲିଟି ଯାହା ମିଳୁଛି ତହା ସରକାରୀ ନିୟମ ଠାରୁ ଅଧିକ। ଏନେଇ ତହସିଲ କାର୍ଯ୍ୟାଳୟରେ ଓ ନିଲାମ ସ୍ଥଳରେ ରୟାଲିଟି ପାଇଁ କାଉଣ୍ଟର ଖୋଲାଯାଉ। ଜିଲାର ଆବଶ୍ୟକ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ବାଲି ଚାଲାଣ ବନ୍ଦ କରାଯାଉ। ଟ୍ରାକ୍ଟର ଡ୍ରାଇଭର ଓ ଶ୍ରମିକଙ୍କୁ ଲେବର କାର୍ଡ ପ୍ରଦାନ କରାଯାଉ। ଏହା ଦ୍ୱାରା କିଛି ଅଘଟଣ ଘଟିଲେ ସେମାନଙ୍କ ପରିବାର ବୀମା ରାଶିର ସହାର୍ଯ୍ୟ ମିଳିପାରିବ ବୋଲି ଜଣାଇଛନ୍ତି।

- Advertisement -

ଏହି କାର୍ଯ୍ୟକ୍ରମରେ ଟ୍ରାକ୍ଟର ମାଲିକ ସଂଘର ସଭାପତି କାହ୍ନୁ ଦାଶ, ସମ୍ପାଦକ ସାନୁଜ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ମନୋଜ ସଗରିଆ, ଉପସଭାପତି ଲାଲୁ ତ୍ରିପାଠୀ , ଉପଦେଷ୍ଠା ଉତ୍ତମ ତ୍ରିପାଠୀ ସମେତ ବିଜେପିର ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଇଂ.ବଳଭଦ୍ର ମାଝୀ, ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, କଂଗ୍ରେସର ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲା ସଭାପତି ମୁନା ତ୍ରିପାଠୀ, ଉପସଭାପତି ଦିଲ୍ଳୀପ ବେହେରା, କୁନା ପାଢୀ, ବିଜେଡି କୋରାପୁଟ ଜୋନ ସଭାପତି ତାପସ ତ୍ରିପାଠୀ, ନଗର ସଭାପତି ପ୍ରମୋଦ ରଥ ସମେତ ଟ୍ରାକ୍ଟର ମାଲିକ ଓ ଡ୍ରାଇଭର ସଂଘର ଶତାଧିକ କର୍ମକର୍ତ୍ତା ଓ ସଭ୍ୟ ଯୋଗ ଦେଇଥିଲେ।

 

 

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories