www.samajalive.in
Friday, December 12, 2025
14.1 C
Bhubaneswar

ଆମେରିକା ଘୂର୍ଣ୍ଣିଝଡ଼ ମୃତ୍ୟୁସଂଖ୍ୟା ୧୦୦ ଟପିଲା

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ-ପୂର୍ବାଞ୍ଚଳ କେଣ୍ଟୁକି ସମେତ ୬ଟି ପ୍ରଦେଶରେ ହୋଇଥିବା ଘୂର୍ଣ୍ଣିଝଡ଼ ମୃତ୍ୟୁସଂଖ୍ୟା ୧୦୦ ଟପିଛି। କେଣ୍ଟୁକି ବ୍ୟତୀତ ମିସୋରି, ମିସିସିପି, ଇଲିନଏସ୍‌ ଓ ଟେନିସିରେ ଏହି ସାମୁଦ୍ରିକ ଝଡ଼ ତାଣ୍ଡବ ଖେଳାଇଛି। କେବଳ କେଣ୍ଟୁକିରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମେଫିଲ୍ଡରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ଘରଗୁଡ଼ିକ କିଭଳି ଭୁଶୁଡ଼ି ପଡ଼ୁଛି ତାହା ଏଥିରେ ଦେଖିବାକୁ ମିଳିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଇଲିନୋଇସ୍‌ରେ ଆମାଜନ୍‌ର ଏକ ଗୋଦାମଘର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଅନେକ ଲୋକ ଫସି ରହିଥିଲେ। କେଣ୍ଟୁକି ଇତିହାସରେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି ଗଭର୍ଣ୍ଣର ଆଣ୍ଡି ବେସାର କହିଛନ୍ତି। ଝଡ଼ ଯୋଗୁଁ ପଶ୍ଚିମ କେଣ୍ଟୁକିରେ ଏକ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ଆମେରିକା ଇତିହାସରେ ଏହା ଅନ୍ୟତମ ଭୟଙ୍କର ଘୂର୍ଣ୍ଣିଝଡ। ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା ଜାରି ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories